ଭୀଷଣ ଖରାରୁ କାଳବୈଶାଖୀ ଆଣିଛି ଆଶ୍ୱସ୍ତି । ଆହୁରି ପାଞ୍ଚ ଦିନ ଯାଏଁ ପାଗ ଏହି ଭଳି ରହିବ । ଆସନ୍ତା 3 ଦିନ ଯାଏଁ ରାଜ୍ୟରେ ଝଡ ବର୍ଷା ହେବାର ସମ୍ଭାବନା ରହିଛି । ଭୀଷଣ ତାତିରୁ ଲୋକ ମାନଙ୍କୁ ଏବେ ଆଶ୍ୱସ୍ତି ମିଳୁଛି । ଗରମରେ ଜୀବନ ଅସ୍ତବ୍ୟସ୍ତ ହେଉଥିବା ବେଳେ ଏବେ କାଳବୈଶାଖୀ ସଭିଙ୍କ ମୁହଁରେ ଟିକେ ହସର ଲହର ଆଣିଛି । ତବେ ରାଜ୍ୟରେ ହାଲୁକା ଧାରଣର ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆଜି ଝଡବର୍ଷାକୁ ନେଇ 7 ଜିଲ୍ଲାକୁ ଅରେଞ୍ଜ ଆର୍ଲଟ ଜାରି କରିଛି । ଜିଲ୍ଲା ଗୁଡିକ ହେଉଛି ଅନୁଗୋଳ, କେନ୍ଦୁଝର, ରାୟଗଡ଼ା, କନ୍ଧମାଳ, ମୟୂରଭଞ୍ଜ, ଗଞ୍ଜାମ ଓ ଗଜପତି ଜିଲ୍ଲା ।
ପାଣିପାଗ ବିଭାଗ 15 ଜିଲ୍ଲାକୁ ୟେଲୋ ଆର୍ଣ୍ଣଙ୍ଗ ଆର୍ଲଟ କରିଛି । ଏହା ସହିତ 9 ତାରିଖରେ କାଳବୈଶାଖୀ ପ୍ରଭାବ ଦେଖିବାକୁ ମିଳିବ । 10 ତାରିଖରେ ପାଗରେ ପରିବର୍ତ୍ତନ ସମ୍ଭାବନା ରହିଛି ।
ଅଧିକା ପଢନ୍ତୁ : ଜଳିଗଲା ପ୍ରାୟ ୬୦ ବଖରା ଘର