ନିଆଁ ଲାଗି ସର୍ବସ୍ୱାନ୍ତ ହୋଇଗଲା ୨୦ ପରିବାର । ଗୋଟିଏ ବଖରାରେ ଲାଗିଥିବା ନିଆଁରେ ଜଳିଗଲା ୬୦ ବଖରା ଘର । ଏପରି ଏକ ଘଟଣା ମଙ୍ଗଳବାର ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକ କେନ୍ଦୁଡିହା ପଞ୍ଚାୟତ କୁଳିଅଣା ଗାଁର ବିନ୍ଧାଣୀସାହିରେ ଘଟିଛି । ନିଆଁର ପ୍ରକୋପ ଏତେ ଭୟଙ୍କର ଥିଲା ଯେ, ସାଙ୍ଗେ ସାଙ୍ଗେ ନିଆଁ ୬୦ ବଖରାକୁ ଜଳିପୋଡ଼ି ନଷ୍ଟ କରିଦେଇଛି । ସ୍ଥାନୀୟ ଲୋକ, ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଖବର ପାଇ, ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରିଥିଲେ । ନିଆଁକୁ ଆୟତ୍ତ କରିବା ପାଇଁ ୩ଟି ଦମକଳ ବାହିନୀ ନିୟୋଜିତ ହୋଇଥିଲେ । ବହୁ ଚେଷ୍ଟା ପରେ ନିଆଁକୁ ଆୟତ୍ତ କରାଯାଇଥିଲା । କିନ୍ତୁ ୬୦ ବଖରା ଘରେ ଥିବା ସମସ୍ତ ଆସବାବ ପତ୍ର ଓ ଅନ୍ୟ ଜିନିଷ ପତ୍ର ନଷ୍ଟ ହୋଇଯାଇଥିଲା । ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି ।
ଆଗକୁ ପଢ଼ନ୍ତୁ : ବଜ୍ରାଘାତରେ ଜଣେ ନାବାଳକର ମୃତ୍ୟୁ