ସୋମବାର କାଳବୈଶାଖୀ ପ୍ରଭାବରେ ହୋଇଥିବା ବଜ୍ରାଘାତରେ ଜଣଙ୍କର ମୃତ୍ୟୁ ହୋଇଛି । ସୋମବାର ରାଜ୍ୟର ଅଧିକାଂଶ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହୋଇଥିଲା । ସୂଚନା ଅନୁସାରେ, ଗଞ୍ଜାମ ଜିଲ୍ଲାରେ କାଳବୈଶାଖୀ ପ୍ରଭାବରେ ହୋଇଥିବା ବଜ୍ରାଘାତରେ ଜଣେ ନାବାଳକର ଜୀବନ ଚାଲିଯାଇଛି । ମୃତ ନାବାଳକର ପରିଚୟ ମିଳିଛି । ନାବାଳକ ଜଣକ ଛେଳିକୁ ଗୁହାଳକୁ ନେବା ସମୟରେ ବଜ୍ରପାତ ହୋଇଥିଲା। ସେହି ବଜ୍ରପାତଟି ନାବାଳକଙ୍କ ଉପରେ ପଡିଥିଲା । ନାବାଳକ ଗୁହାଳ ପାଖରେ ଅଚେତ ହୋଇ ଯାଇଥିଲେ ତାଙ୍କୁ ତୁରନ୍ତ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ବୋଲି କହିଥିଲେ । ପୋଲିସ ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହି ଘଟଣା ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି ।