ପ୍ରେମର ଛଳନା କରି ନୃଶଂସ ପାଲଟିଛି ପ୍ରେମିକ । ପ୍ରଥମେ ପ୍ରେମ ଆଉ ତା ପରେ ଛଳନା । ବିବାହର ପ୍ରତିଶୃତି ଦେଇ ବିବାହ ପାଇଁ ଡ୍ରେସ କିଣିଦେବା ବାହାନାରେ ଘରୁ ଡାକିନେଲେ । ଆଉ ମାର୍କେଟ ନେବା ବଦଳରେ ଏକ ଗ୍ୟାରେଜକୁ ନେଇ ନିଜ ସାଙ୍ଗମାନଙ୍କ ସହ ମିଶି ପ୍ରେମିକାଙ୍କୁ ଗଣ ବଳାତ୍କାର କରିଥିଲେ ଯୁବକ । ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୋରେ ଏକ ଲଜ୍ୟାଜନକ ଘଟଣା ଦେଖିବାକୁ ମିଳିଛି । ସୂଚନା ଅନୁସାରେ ପ୍ରେମିକ ହିମାଂଶୁ ପୀଡିତାଙ୍କୁ ନିଜ ପ୍ରେମ ଜାଲରେ ଫସାଇ ବିବାହ କରିବାକୁ ପ୍ରତିଶୃତି ଦେଇଥିଲେ । ଆଉ ଡ୍ରେସ କିଣି ଦେବା କହି ମାର୍କେଟ ବଦଳରେ ପାଖରେ ଥିବା ଏକ ଗ୍ୟାରେଜ ଘରକୁ ନେଇଥିଲେ । ଏବଂ ପରେ ସେଠାରେ ତାଙ୍କର ୪ ଜଣ ସାଙ୍ଗ ଥିଲେ ଓ ସେମାନଙ୍କ ସହ ମିଶି ହିମାଂଶୁ ନିଜ ପ୍ରେମିକାକୁ ବଳାତ୍କାର କରିଥିଲେ । ଏବଂ ଘଟଣା ସ୍ଥଳରୁ ୪ ସାଙ୍ଗଙ୍କ ସମେତ ପ୍ରେମିକ ହିମାଂଶୁ ଫେରାର ହୋଇଯାଇଥିଲେ । ତେବେ ଏନେଇ ପୀଡିତାଙ୍କ ପରିବାର ଥାନାରେ ଅଭିିଯୋଗ କରିଥିଲେ ମଧ୍ୟ ପୋଲିସ ଘଟଣାକୁ ଚାପି ଦେବାକୁ ଉଦ୍ୟମ କରିଥିଲା । କିନ୍ତୁ ଘଟଣା ପ୍ରଘଟ ହେବା ଦ୍ୱାରା ପୋଲିସ ବାଧ୍ୟ ହୋଇ ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରିଛି ।