ପୁଣି କାର ଭିତରୁ ଜବତ ହେଲା ୯ ଲକ୍ଷ ଟଙ୍କା । ପୋଲିସର ଯାଞ୍ଚ ବେଳେ ଧରାପଡିଲା ବ୍ୟବସାୟୀ । ଚେକିଂ ବ୍ଲକିଙ୍ଗ ସମୟରେ କାର ଭିତରୁ ଜବତ ହେଲା ପୁଳା ପୁଳା ଟଙ୍କା । ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ଡାହିମାଲ ଛକରେ ପୋଲିସର ଯାଞ୍ଚ ବେଳେ ଏକ କାରରୁ ୯ଲକ୍ଷ ୧ ହଜାର ୮୦୦ ଶହ ଟଙ୍କା ଜବତ କରାଯାଇଛି । ରବିବାର ବଲାଙ୍ଗିର ଉପକଣ୍ଠ ବିଜାଖମନରୁ ପାଞ୍ଚ ଲକ୍ଷ ଟଙ୍କା ଜବତ କରାଯାଇଥିଲାବେଳେ ପୁଣିଥରେ ବଲାଙ୍ଗୀରରୁ ଲକ୍ଷ ଲକ୍ଷ ଟଙ୍କା ଜବତ କରାଯାଇଛି ।
ସୂଚନା ଅନୁଯାୟୀ, ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ଡାହିମାଲ ଛକ ନିକଟରେ ବଲାଙ୍ଗୀର ପୋଲିସ ପକ୍ଷରୁ କଡ଼ାକଡ଼ିଭାବରେ ଚେକିଂ ବ୍ଲକିଙ୍ଗ କରାଯାଉଥିଲା । ସେହିସମୟରେ ଏକ କାର କୁ ସନ୍ଦେହ କରି ପୋଲିସ କାର ଭିତରେ ଭଲ ଭାବରେ ଯାଞ୍ଚ କରିଥିଲା । ଯାଞ୍ଚ ପରେ କାର ଭିତରୁ ୯ଲକ୍ଷ ୧ ହଜାର ୮୦୦ ଶହ ଟଙ୍କା ଜବତ କରାଯାଇଥିଲା । ତେବେ ଗତ ସପ୍ତାହରେ ମଧ୍ୟ ବରଗଡ଼ ସୋହେଲା ଲୁହୁରାଚଟି ନାକା ପୋଷ୍ଟରେ ଚେକିଂ ବେଳେ ସାଢେ ୭ ଲକ୍ଷ ଟଙ୍କା ଜବତ କରାଯାଇଥିଲା ।
ଅଧିକ ପଢନ୍ତୁ :ପ୍ରଧାନମନ୍ତ୍ରୀଙ୍କ ଫୁଲବାଣୀ ଗସ୍ତକୁ ନେଇ ଉତ୍ସାହିତ ଦଳୀୟ କର୍ମୀ