ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫୁଲବାଣୀ ଗସ୍ତକୁ ନେଇ ଚଳଚଞ୍ଚଳ ହୋଇଉଠିଛି କନ୍ଧମାଳ। ଦଳୀୟ କର୍ମୀଙ୍କ ସମେତ ସ୍ଥାନୀୟ ଜନସାଧାରଣଙ୍କ ମନରେ ମଧ୍ୟ ବେଶ ଉତ୍ସାହ ଭରିରହିଛି । ଫୁଲବାଣୀରେ ନରେନ୍ଦ୍ର ମୋଦିଙ୍କ ଗସ୍ତକୁ ନେଇ ସ୍ଥାନୀୟ ପ୍ରଶାସନ ସହ ଦଳୀୟ କର୍ମୀ ମଧ୍ୟ ତତ୍ପର ହୋଇଉଠିଛନ୍ତି । ଚଳିତ ମାସ ୧୧ ତାରିଖରେ ଫୁଲବାଣୀ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏଥିପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଥିଲାବେଳେ ଦକ୍ଷିଣାଞ୍ଚଳ ଆଇଜି ସୁରକ୍ଷା ବ୍ୟବସ୍ତାକୁ ସମୀକ୍ଷା କରିଛନ୍ତି । ଅନ୍ୟପକ୍ଷରେ ବିଜେପି ଶୀର୍ଷ ନେତୃତ୍ୱ ଫୁଲବାଣୀ ମୁହାଁ ହେଲେଣି । ରାଜ୍ୟ ସାଧାରଣ ସମ୍ପାଦକ ଫୁଲବାଣୀରେ ଚାରି ଜିଲ୍ଲାର କର୍ମକର୍ତ୍ତା ଓ କର୍ମୀଙ୍କୁ ନେଇ ବୈଠକ କରିଛନ୍ତି। ତେବେ ସୂଚନା ଅନୁଯାୟୀ ୧୧ ତାରିଖ ସକାଳ ୯ ଟା ୩୦ ରେ ଫୁଲବାଣୀ ହେଲିପ୍ୟାଡରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ । ପରେ ରୋଡ ସୋରେ ଗୁଦାରି ଏୟାର ଷ୍ଟ୍ରିପରୁ ସହର ମଧ୍ୟ ଦେଇ ପ୍ରାୟ ୪ କିଲୋମିଟର ଆସି କେନ୍ଦୁପଦର ଗ୍ରିଡ ଫିଲ୍ଡରେ ପହଞ୍ଚିବେ । ସେଠାରେ ଜନ ସଭାରେ ଉଦବୋଧନ ଦେବେ । ତେଣୁ କେନ୍ଦୁପଦର ଗ୍ରିଡ ଫିଲ୍ଡ କୁ ପ୍ରସ୍ତୁତି କରାଯାଉଛି। ଅନ୍ୟପକ୍ଷରେ ଦୀର୍ଘ ୩୬ ବର୍ଷ ପରେ ଜଣେ ପ୍ରଧାନମନ୍ତ୍ରୀ କନ୍ଧମାଳ ଆସିବା କନ୍ଧମାଳ ପାଇଁ ଗର୍ବର ବିଷୟ ବୋଲି କହିଛନ୍ତି ଜିଲ୍ଲା ବିଜେପି ସଭାପତି।
ଅଧିକ ପଢନ୍ତୁ : ଓଡ଼ିଶା ଆସୁଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ