ଆଜି ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ପ୍ରତିରକ୍ଷା ମନ୍ତ୍ରୀ ଓଡ଼ିଶାରେ ପହଞ୍ଚି ଭବାନୀପାଟଣା ଓ ରାୟଗଡା ଗସ୍ତ କରିବେ । ଦିନ ୧୨ଟା ୪୦ ସମୟରେ ସ୍ୱତନ୍ତ୍ର ହେଲିକପ୍ଟର ସାହାଯ୍ୟରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ପହଞ୍ଚିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ସେଠାରେ ଏକ ବିଶାଳ ଜନ ସମାବେଶରେ ଯୋଗଦେବା ସହିତ ଦଳୀୟ କର୍ମୀମାନଙ୍କ ସହିତ ବିଭିନ୍ନ ବିଷୟରେ ଆଲୋଚନା କରିବେ। ପରେ ରାୟଗଡ଼ା ଗସ୍ତରେ ଯାଇ ସେଠାରେ ଆୟୋଜିତ ଜନସଭାରେ ଯୋଗଦେବେ । ପ୍ରତିରକ୍ଷା ମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ପାଇଁ ସମସ୍ତ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ନିର୍ବାଚନ ପାଇଁ ଆଉ ହାତ ଗଣତି ଦିନ ଥିବାରୁ ସରଗରମ ହୋଇପଡିଛି ପ୍ରଚାର ମୈଦାନ ।
ଆଗକୁ ପଢ଼ନ୍ତୁ : ପୁଣି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ