ପୁଣି ଆସନ୍ତା ୧୦ ତାରିଖରେ ଓଡ଼ିଶା ଆସିବେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ପାଇଁ ସମସ୍ତ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଆସନ୍ତା ୧୦ ତାରିଖରେ ପ୍ରଧାନମନ୍ତ୍ରୀ ରାଜଧାନୀ ଭୁବନେଶ୍ବରରେ ବିଶାଳ ରୋଡ଼ ସୋ' କରିବାର କାର୍ଯ୍ୟକ୍ରମ କରାଯାଇଛି । ଆସନ୍ତା ୧୦ ତାରିଖ ସନ୍ଧ୍ୟା ୬ଟାରୁ ପ୍ରଧାନମନ୍ତ୍ରୀ ରୋଡ଼ ସୋ' କରିବେ । ଭୁବନେଶ୍ବର ମାଷ୍ଟରକ୍ୟାଣ୍ଟିନରୁ ଏହି ରୋଡ଼ ସୋ' ଆରମ୍ଭ ହୋଇ ବାଣୀବିହାର ପର୍ଯ୍ୟନ୍ତ ଚାଲିବ । ଏହି ରୋଡ଼ ସୋ'ରେ ନେତା ଓ କର୍ମୀମାନେ ଯୋଗ ଦେବେ।