ଭୁବନେଶ୍ୱର: ଶିକ୍ଷକ ଅଭାବ ପୂରଣ କରିବାକୁ ରାଜ୍ୟ ଗଣଶିକ୍ଷା ବିଭାଗ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି । ଖାଲି ଥିବା ଶିକ୍ଷକ ପଦବୀରେ ପୁନଃ ନିଯୁକ୍ତି ପାଇବେ ଅବସରପ୍ରାପ୍ତ ଶିକ୍ଷକ । ରାଜ୍ୟରେ ଥିବା ୬,୩୮୭ ଅବସରପ୍ରାପ୍ତ ଶିକ୍ଷକଙ୍କୁ ଅତିଥି ଶିକ୍ଷକଭାବେ ନିଯୁକ୍ତି ପ୍ରଦାନ କରାଯିବ । ଏ ସଂକ୍ରାନ୍ତରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମାଧ୍ୟମିକ ଶିକ୍ଷା ପରିଷଦକୁ ଚିଠି ଲେଖିଛନ୍ତି ।
ରାଜ୍ୟରେ କେଉଁ ବିଦ୍ୟାଳୟରେ ଶିକ୍ଷକ ପଦବୀ ଖାଲି ରହିଛି ସେ ନେଇ ସମ୍ପୃକ୍ତି ଜିଲ୍ଲାର ଶିକ୍ଷାଅଧିକାରୀମାନେ ଶିକ୍ଷା ପରିଷଦକୁ ରିପୋର୍ଟ ପ୍ରଦାନ କରିବେ । ଏହା ସହିତ ଜିଲ୍ଲାପାଳମାନଙ୍କ ଅନୁମୋଦନ ମଧ୍ୟ ଜରୁରୀ ଅଟେ । ଜିଲ୍ଲାପାଳମାନେ ସମ୍ପୃକ୍ତ ରିପୋର୍ଟକୁ ଅନୁମୋଦନ କଲେ ଅତିଥି ଶିକ୍ଷକ ନିଯୁକ୍ତି ହେବେ । ଚଳିତ ଶିକ୍ଷା ବର୍ଷରେ ସେହି ବିଦ୍ୟାଳୟମାନଙ୍କରେ ଅବସରପ୍ରାପ୍ତ ଶିକ୍ଷକଙ୍କୁ । ନୂତନ ଶିକ୍ଷକ ନିଯୁକ୍ତି ପାଇବା ପରେ ଅବସରପ୍ରାପ୍ତ ଶିକ୍ଷକଙ୍କୁ ଅପସାରଣ କରାଯିବ ।