ମୟୂରଭଞ୍ଜ: କପ୍ତିପଦା ଓ ଉଦଳା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି । ସାପ କାମୁଡ଼ାରେ ଦୁଇ ଜଣ ମହିଳାଙ୍କର ମୃତ୍ୟୁ ହୋଇଛି । ମୃତକ କପ୍ତିପଦା ଥାନା ଗୋଳାଗଡିଆ ଗାଁର ଜୟନ୍ତୀ ବେହେରା ଓ ଅନ୍ୟ ଜଣେ ଉଦଳା ଥାନା ମଉଦା ଗାଁର ସୁକାନ୍ତି ବାସ୍କେ ।
ସୂଚନା ଅନୁସାରେ, ଶୁକ୍ରବାର ବିଳମ୍ବିତ ରାତିରେ ଗୋଳାଗଡିଆ ଗାଁର ଜୟନ୍ତୀ ବେହେରା ଖାଇ ସାରି ଘରେ ଶୋଇଥିଲେ । ଏହି ସମୟର ତାଙ୍କୁ ଏକ ସାପ କାମୁଡିଥିଲା। ଫଳରେ ସେ ଗୁରୁତର ଆହତ ହୋଇଥିଲେ । ଚିକିତ୍ସା ପାଇଁ ପରିବାର ଲୋକେ ତାଙ୍କୁ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ବାରିପଦା ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟପଟେ ଉଦଳା ଥାନା ମଉଦା ଗାଁର ସୁକାନ୍ତି ବାସ୍କେ ରୋଷେଇ ପାଇଁ କାଠ ଆଣିବାକୁ ଯାଇଥିବା ବେଳେ ଏକ ସାପ ତାଙ୍କୁ କାମୁଡିଥିଲା। ଚିକିତ୍ସା ପାଇଁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣା ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି ।