ଭୁବନେଶ୍ବର: ଓଡ଼ିଆ ଚଳଚ୍ଚିତ୍ର ‘ପୁଷ୍କରା’ ୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ୨୦୨୩ରେ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ମାନ୍ୟତା ପାଇଛି । ଏହା ଓଡ଼ିଶା ପାଇଁ ଏକ ଗର୍ବର ମୁହୂର୍ତ୍ତ। ଶୁଭ୍ରାଂଶୁ ଦାସଙ୍କ ନିର୍ଦ୍ଦେଶନାରେ ତିଆରି ‘ପୁଷ୍କର’ ଶଙ୍କର ତ୍ରିପାଠୀଙ୍କ ଉପନ୍ୟାସ ‘ନଦବିନ୍ଦୁ’ ଅବଲମ୍ବନରେ ନିର୍ମିତ। ତରଙ୍ଗ ସିନେ ପ୍ରୋଡ଼କସନସ୍ ପ୍ରଯୋଜିତ ଏହି ଚଳଚ୍ଚିତ୍ର ଓଡ଼ିଶାର ଗ୍ରାମୀଣ ପରମ୍ପରା, ପରିଚୟ ଓ ସାମାଜିକ ଚଳଣିକୁ ତିଆରି ହୋଇଥିଲା। ବିଭିନ୍ନ ଚଳଚ୍ଚିତ୍ର ଉତ୍ସବରେ ପ୍ରଶଂସା ପାଇଥିବା ଏହି ସିନେମା ଏବେ ଜାତୀୟ ସ୍ତରରେ ସର୍ବୋଚ୍ଚ ସମ୍ମାନ ପାଇଛି।
ପୁଷ୍କରା ଚଳଚ୍ଚିତ୍ରର କାହାଣୀ ମୃତ୍ୟୁ ପରେ ପୁଷ୍କର ଛଡ଼ାଇବା ପରମ୍ପରା ଉପରେ ପର୍ଯ୍ୟବେସିତ ହୋଇଛି। ଏବେ ଏହି ଚଳଚ୍ଚିତ୍ର ଜାତୀୟ ସ୍ତରରେ ସମ୍ମାନିତ ହେବା ପରେ ପୂରା ଟିମ୍ କୁ ଏଥିପାଇଁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ନିଜ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସରେ ମୁଖ୍ୟମନ୍ତ୍ରୀ ‘ପୁଷ୍କରା’ର ନିର୍ମାତା, ନିର୍ଦ୍ଦେଶକ, କଳାକାରଙ୍କୁ ଶୁଭେଚ୍ଛା ଜଣାଉଛି । ମୌଳିକ ଓ ଉତ୍ତମ ଚଳଚ୍ଚିତ୍ର ସହ ଓଡ଼ିଆ ଫିଲ୍ମ ଜଗତ ଆଗକୁ ବଢୁ କାମନା କରୁଛି ବୋଲି ମୋହନ ମାଝୀ କହିଛନ୍ତି ।
୨୦୨୧ରେ ‘ପ୍ରତୀକ୍ଷା’ ଶ୍ରେଷ୍ଠ ଓଡିଆ ଚଳଚ୍ଚିତ୍ର ଭାବେ ଜାତୀୟ ପୁରସ୍କାର ପାଇଥିବା ବେଳେ ୨୦୨୨ରେ ‘ଦମନ’ ଶ୍ରେଷ୍ଠ ଓଡିଆ ଚଳଚ୍ଚିତ୍ର ଭାବେ ଜାତୀୟ ପୁରସ୍କାର ପାଇଥିଲା । ଏବେ ‘ପୁଷ୍କରା’ ଶ୍ରେଷ୍ଠ ଓଡିଆ ଚଳଚ୍ଚିତ୍ର ଭାବେ ଜାତୀୟ ପୁରସ୍କାର ପାଇବା ଓଡ଼ିଆ ସିନେମା ଜଗତରେ ନୂଆ ଉତ୍ସାହ ଆଣିଦେଇଛି।