କୋରାପୁଟ: ଦୁର୍ଘଟଣା ପରେ ବାଇକ ସହ ଜୀବନ୍ତ ଦଗ୍ଧ ହୋଇଗଲେ ବାପା-ପୁଅ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କୋରାପୁଟ ସଦର ଜାତୀୟ ରାଜପଥ ୩୨୬ର କନ୍ୟାଶ୍ରମ ନିକଟରେ ।
ମିଳିଥିବା ପ୍ରାଥମିକ ସୂଚନା ମୁତାବକ, ଏକ ଟ୍ରକଟି କାକରିଗୁମାରୁ ବୋଲବମ ଭକ୍ତଙ୍କୁ ନେଇ ଗୁପ୍ତେଶ୍ୱର ଅଭିମୁଖେ ଯାଉଥିଲା । ସେପଟେ ବାଇକ ଆରୋହୀ ନିଜ ପାଞ୍ଚ ବର୍ଷର ପୁଅ ସହିତ କୋରାପୁଟର ପୋଡାଗଡ ଅଭିମୁଖେ ଯାଇଥିଲେ । ଜାତୀୟ ରାଜପଥ ୩୨୬ର କନ୍ୟାଶ୍ରମ ନିକଟରେ। ଭ୍ୟାନ ସହ ବାଇକଟି ଧକ୍କା ହୋଇଥିଲା । ବାଇକରେ ନିଆଁ ଲାଗି ଜଳି ଉଠିଥିଲା । ଫଳରେ ବାପ ପୁଅ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଉଭୟଙ୍କ ପରିଚୟ ମିଳି ପାରି ନାହିଁ ।