ଭୁବନେଶ୍ୱର: କେନ୍ଦ୍ରୀୟ ଡେପୁଟେସନରେ ଯିବେ ଆଇପିଏସ ସାଗରିକା ନାଥ । ସାଗରିକା ନାଥ ଜାତୀୟ ତଦନ୍ତକାରୀ ସଂସ୍ଥା (NIA)ର ଏସପି ଭାବେ ନିଯୁକ୍ତ । ତୁରନ୍ତ ରିଲିଭ କରିବା ପାଇଁ ମୁଖ୍ୟ ସଚିବଙ୍କୁ ମୃହ ମନ୍ତ୍ରାଳୟର ଚିଠି ହୋଇଛି ।
ଆଇପିଏସ ସାଗରିକା ନାଥ ୨୦୧୬ ବ୍ୟାଚର ଓଡିଶା କ୍ୟାଡର ଆଇପିଏସ ଅଫିସର ଅଟନ୍ତି । ବର୍ତ୍ତମାନ ସେ ଖୋର୍ଦ୍ଧା ଏସ୍ପି ଭାବେ କାର୍ଯ୍ୟ କରୁଛନ୍ତି ।
ସାଗରିକା ନାଥ ଓଡ଼ିଶାର ଢେଙ୍କାନାଳର ମୂଳ ବାସିନ୍ଦା ଅଟନ୍ତି। CET ଭୁବନେଶ୍ୱରରୁ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂରେ ବି.ଟେକ୍ ଡିଗ୍ରୀ ହାସଲ କରିଛନ୍ତି ଏବଂ ୨୦୧୫ରେ UPSC ସିଭିଲ୍ ସର୍ଭିସେସ୍ ପରୀକ୍ଷାରେ ସର୍ବଭାରତୀୟ ରାଙ୍କ ୧୯୯ ସହିତ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେ ତାଙ୍କର ସଫଳତାର ଶ୍ରେୟ ତାଙ୍କ ପିତାମାତାଙ୍କୁ ଦେଇଛନ୍ତି। ଯେଉଁମାନେ ତାଙ୍କୁ ନୃତ୍ୟ, ମାର୍ଶାଲ୍ ଆର୍ଟ ଏବଂ କ୍ରୀଡା ଭଳି ଶିକ୍ଷା ଏବଂ ପାଠ୍ୟକ୍ରମ ବାହାର ପାଠ୍ୟକ୍ରମରେ ଉତ୍ସାହିତ କରିଥିଲେ।