ମୟୂରଭଞ୍ଜ: ଗୋଟିଏ ପରେ ବାଲେଶ୍ୱର ଏଫ୍ ଏମ୍ କଲେଜ ଛାତ୍ରୀଙ୍କ ଆତ୍ମହୁତି ଘଟଣା ମନରୁ ଲିଭି ନଥିବାବେଳେ ପୁଣି ଏକ ଆତ୍ମାହୁତି ଘଟଣା ସାମ୍ନାକୁ ଆସିଛି । ମୟୂରଭଞ୍ଜ ଜିଲ୍ଲା ରରୁଆଁ ଥାନା ଖିଚିଂରେ ଜଣେ ପୁରୁଷ ଏବଂ ଜଣେ ମହିଳାଙ୍କ ଦେହରେ ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ କରିଛନ୍ତି । ମହିଳାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ପୁରୁଷ ଜଣଙ୍କୁ ଗୁରୁତର ଅବସ୍ଥା ଶୁକ୍ରୁଳି ମେଡ଼ିକାଳରେ ଭର୍ତ୍ତି କରାଯାଇଛି ।
ମୟୂରଭଞ୍ଜ ଜିଲ୍ଲା ରରୁଆଁ ଥାନା ଅନ୍ତର୍ଗତ ଖିଚିଂ ଗାଁର ପାତାସାହିରେ ଏକ ଅଭାବନୀୟ କାଣ୍ଡ ଘଟିଛି । ଖିଚିଂ କଲେଜ ସମ୍ମୁଖରେ ମହିଳା ଏବଂ ପୁରୁଷ ଆତ୍ମାହୁତି କରିବାକୁ ଉଦ୍ୟମ କରିଥିଲେ । ଉଭୟ ଚିତ୍କାର କରିବା ପରେ ନିକଟସ୍ଥ ବିଲରେ କାମ କରୁଥିବା ଶ୍ରମିକମାନେ ତାଙ୍କୁ ଉଦ୍ଧାର କରିଥିଲେ । ଡାକ୍ତରଖାନାରେ ମହିଳା ଭାରତୀ ପାତ୍ର କୁ ମୃତ ଘୋଷଣା କଲେ ଡାକ୍ତର । ଗୁରୁତର ଆହତ ହୋଇଥିବା ପୁରୁଷ ଜଣକୁ କେନ୍ଦୁଝର ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ।ଆତ୍ମାହୁତିର କାରଣ ଅସ୍ପଷ୍ଟ ରହିଥିବାବେଳେ ଉଭୟଙ୍କ ପରିଚୟ ମିଳିପାରି ନାହିଁ । ମହିଳା ଜଣଙ୍କ ଖିଚିଂ ଗ୍ରାମର ପାଟିସାହିର ହୋଇଥିବାବେଳେ ପୁରୁଷଙ୍କର ରାଇରଙ୍ଗପୁର ଅଞ୍ଚଳରେ ହୋଇଥିବା ଜଣାପଡ଼ିଛି । ଉଭୟ ବିବାହିତ ଏବଂ ଉଭୟଙ୍କର ପିଲା ମଧ୍ୟ ଅଛନ୍ତି । ରରୁଆଁ ଥାନା ପୋଲିସ ଖବର ଗ୍ରାମରେ ପହଁଚି ପଚରାଉଚରା ଆରମ୍ଭ କରିଛି ।