କେନ୍ଦୁଝର: ବିଜେଡି ନେତା ରାଜା ଚକ୍ରଙ୍କୁ ମିଳିଲା ଅନ୍ତରୀଣ ଜାମିନ୍ । କେନ୍ଦୁଝର କୋର୍ଟରେ ଚାଲିଥିବା ମାମଲାରେ ୧୫ ଦିନ ପାଇଁ ସର୍ତ୍ତମୂଳକ ଜାମିନ୍ ପ୍ରଦାନ କରିଛନ୍ତି ଜିଲ୍ଲା ଦୌରାଜଜ୍ । ଶ୍ୱଶୁରଙ୍କ ମୃତ୍ୟୁପରେ ତାଙ୍କ କ୍ରିୟାକର୍ମରେ ଯୋଗଦେବା ପାଇଁ ଜାମିନ୍ ମଞ୍ଜୁର ହୋଇଛି । ତେବେ ଏହି ଜାମିନ୍ ସମୟରେ ସେ ସାକ୍ଷୀଙ୍କୁ ପ୍ରଭାବିତ ନ କରିବାର ସର୍ତ୍ତ ରହିଛି । ଏଥିସହ ଜାମିନ୍ ଅବଧି ପରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ରହିଛି ।
ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସିରେ ଆର୍ଥିକ ଅନିୟମିତତା ଘଟଣାରେ ବିଜେଡି ନେତା ରାଜା ଜେଲ ଯିବା ପରେ ତାଙ୍କ ବିରୁଦ୍ଧରେ ଖଣି ଅଞ୍ଚଳର ଲୋକେ ସ୍ୱର ଉତ୍ତୋଳନ କରିବା ଆରମ୍ଭ କରିଥିଲେ । ରାଜା ଚକ୍ର ଯେଉଁମାନଙ୍କ ଛତ୍ରଛାୟା ତଳେ କାର୍ଯ୍ୟ କରୁଥିଲେ, ଯାହା ନିର୍ଦ୍ଦେଶରେ କାର୍ଯ୍ୟ କରୁଥିଲେ, ସେମାନେ ସମସ୍ତେ ଆଗାମୀ ଦିନରେ ତଦନ୍ତ ପରିସରଭୁକ୍ତ ହୋଇଛନ୍ତି ।