ଆଠଗଡ଼ : ମଦଭାଟିରେ ବୁଲିଲା ବୁଲଡୋଜର । ଦେଶୀ ମଦ ଭାଟି ଉପରେ ଅବକାରୀ ବିଭାଗ ପକ୍ଷରୁ ବଡ଼ ଧରଣର ଚଢଉ କରାଯାଇଛି। ଆଠଗଡ଼ କୋରଙ୍ଗା ଗାଁରେ ଉପଜିଲ୍ଲାପାଳଙ୍କ ନେତୃତ୍ବରେ ଚଢାଉ କରାଯାଇଛି । ଚଢାଉ ବେଳେ ଆଠଗଡ଼ ଡିଏସପି,ଆଇଆଇସି, ଆଠଗଡ଼ ଅବକାରୀ ଉପ ଅଧୀକ୍ଷକଙ୍କ ସମେତ ଏକ ପ୍ଲାଟୁନ ଫୋର୍ସ ରେଡରେ ସାମିଲ ଥିଲେ । ହଠାତ୍ ଚଢାଉ ହେବାରୁ ମଦ ମାଫିଆମାନେ ଭାଟି ଛାଡି ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ଦୀର୍ଘ ଦିନ ଧରି ଏହି ଗାଁରେ ଚୋରା ଦେଶୀ ମଦ ରନ୍ଧା ହୋଇ ରାଜ୍ୟର ବିଭିନ୍ନ ସ୍ଥାନକୁ ଚାଲାଣ ହେଉଥିବା ଅଭିଯୋଗ ହେଉଥିଲା । ଯାହା ଫଳରେ ପ୍ରଶାସନ ଆଜି ଏହି ପଦକ୍ଷେପ ନେଇଛି।