ବ୍ରହ୍ମପୁରରେ ଫୁଟିଲା ଗୁଳି । ବ୍ରହ୍ମପୁର – ଗୋଳନ୍ଥରା ଥାନା ପୋଲିସ ପକ୍ଷରୁ ଏନକାଉଣ୍ଟର । ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ସୁନୀଲ ନାହକ ଆହତ ହୋଇଛି । ତା ଗୋଡ଼ରେ ଗୁଳି ବାଜିଛି । ଗୁରୁତର ଅବସ୍ଥାରେ ତାଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି । ସୁନୀଲଙ୍କ ନାଁରେ ବହୁ ଅପରାଧିକ ମାମଲା ରହିଛି ।
ସୁନୀଲ ନାହକ ପ୍ରଥମେ ପୁଲିସ ଉପରକୁ ଆକ୍ରମଣ କରିବାରୁ ପୁଲିସ ଗୁଳି ଚଳାଇଥିଲା, ଫଳରେ ସୁନୀଲର ବାମ ଗୋଡରେ ଗୁଳି ବାଜିବାରୁ ଆହତ ହେବା ପରେ ତାକୁ କାବୁ କରିବାରେ ସକ୍ଷମ ହୋଇଥିଲା ପୋଲିସ । ସୁନୀଲ ନାଁରେ ବିଭିନ୍ନ ଥାନାରେ ୨୦ଟି ମାମଲା ରହିଛି । ହତ୍ୟା, ରାହାଜାନି, ବୋମାମାଡ ଭଳି ବିଭିନ୍ନ ମାମଲା ସୁନୀଲ ନାଁରେ ରହିଛି।