ଗଞ୍ଜାମ: ରାଜ୍ୟ ଦୁଇଟି ସ୍ଥାନରେ ବଡ଼ ବଡ଼ ଲୁଟ୍ ହୋଇଛି । ଗଞ୍ଜାମ ଜିଲ୍ଲାରେ ଜଣଙ୍କ ଘରେ ପଶି ଡକାୟତମାନେ ଲକ୍ଷାଧିକ ସୁନା ଗହଣା ସହିତ ନଗଦ ଟଙ୍କା ଲୁଟି ନେଇଛନ୍ତି । ସେହିପରି ବାଲେଶ୍ୱର ଏକ ଅଳଙ୍କାର ଦୋକାନରୁ ପ୍ରାୟ ୧୦ ଲକ୍ଷ ଟଙ୍କାର ଗହଣା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି ।
ମିଳିଥିବା ପ୍ରାଥମିକ ସୂଚନା ମୁତାବକ, ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଦେଓଖାଳି ନିକଟସ୍ଥ ଚୁଡ଼ଙ୍ଗପୁର ଗାଁରେ ପ୍ରହଲ୍ଲାଦ ପ୍ରଧାନ ନାମକ ଜଣେ ବ୍ୟକ୍ତିଙ୍କ ଘରୁ ଗତକାଲି ବିଳମ୍ବିତ ଲୁଟ୍ ହୋଇଛି । ସେ ବିଲକୁ ଯାଇଥିବାବେଳେ ତାଙ୍କ ସ୍ତ୍ରୀ ଓ ଝିଅ ଶୋଇଥିବାବେଳେ ଡକାୟତମାନେ ତାଙ୍କ ଘରେ ପଶି ଲୁଟ୍ କରିଥିଲେ । ପ୍ରହଲ୍ଲାଦଙ୍କ ଘରୁ ନଗଦ ୩ ଲକ୍ଷ ୨୦ ହଜାର ଟଙ୍କା, ୮ ଭରି ଓଜନର ସୁନା ଓ ଗୋଟିଏ ମୋବାଇଲ୍ ଫୋନ ଲୁଟିନେଲେ କରିନେଲେ ଚୋର । ଏନେଇ ସେ ଦିଗପହଣ୍ଡି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ସେହିପରି ବାଲେଶ୍ୱର ଜିଲ୍ଲା ଖଇରା ଥାନା କୁରୁଣ୍ଟା ବଜାରରୁ ଦୋକାନ ସଟର ତାଡ଼ି ସୁନା ଗହଣା ଦୁର୍ବୃତ୍ତ ଲୁଟି ନେଇଛନ୍ତି । ଦୋକାନରୁ ପ୍ରାୟ ୧୦ ଲକ୍ଷ ଟଙ୍କାର ସୁନା ଗହଣ ଲୁଟ୍ ହୋଇଥିବା ଜଣାପଡ଼ିଛି ।