ସମ୍ବଲପୁର ସହରର କୁଞ୍ଚେଲପଡା ଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚାୟୋ ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ। ଏହି ଅବସରରେ ଶତାଧିକ ବିଜେପି କର୍ମୀ କେନ୍ଦ୍ରମନ୍ତ୍ରୀ ଙ୍କୁ ସ୍ୱ।ଗତ କରିଥିଲେ। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ଲୋକସଭା ବିଜେପି ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ କୁଞ୍ଚେଳପଡା ଠାରେ ଥିବା ଏକ ଚା ଦୋକାନରେ ଥିବା ପାହାଚରେ ସାଧାରଣ ଜନତାଙ୍କ ସହ ବସି ଚା' ପିଇବା ସ଼ହ ବିଭିନ୍ନ ବିଷୟକୁ ନେଇ ସାଧାରଣ ଲୋକଙ୍କ ସହ ଆଲୋଚନା କରିଥିଲେ।
ଏହାସହ ସେ ସମ୍ବଲପୁରର ଅନ୍ୟତମ ପ୍ରଶିଦ୍ଧ ସୁଆଦିଆ ଖାଦ୍ୟ ବଞ୍ଜନ ସରସତିଆ ଓ ଚାଉଲବରାକୁ ମଧ୍ୟ ଖାଇଥିଲେ। ପରେ କେନ୍ଦ୍ରମନ୍ତ୍ରୀ କୁଞ୍ଚେଲପଡା ଠାରେ ଘରକୁ ଘର ବୁଲି ନିଜ ନିର୍ବାଚନ ପ୍ରଚାର କାର୍ଯ୍ୟ କରିଥିଲେ। ଏହାସହ ମୋଦି ସରକାରଙ୍କ ଉପଲବ୍ଧି ଓ ବିଜେପିର ଜନକଲ୍ୟାଣକାରୀ ଯୋଜନା ବାବଦରେ ଲୋକଙ୍କୁ ଅବଗତ କରାଇଥିଲେ। ଏପରିକି ଲୋକଙ୍କୁ ନିଜର ପ୍ରଚାର ଉଦ୍ଦେଶ୍ୟରେ ଥିବା ଲିପଲେଟ ଦେଇଥିଲେ। ତେବେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଏଥର ଓଡ଼ିଶାରେ ନିଶ୍ଚିନ୍ତ ପରିବର୍ତନ ହେବା ସହ ରାଜ୍ୟରେ ବିଜେପି ସରକାର ଗଠନ କରିବ। ତେବେ ଏହି ରାଜନୈତିକ ଚର୍ଚ୍ଚାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ବିରୋଧିଦଳ ଦଳ ନେତା ଜୟନାରାୟଣ ମିଶ୍ର, ଜିଲ୍ଲା ବିଜେପି ସଭାପତି ଗିରିସ ପଟେଲ ପ୍ରମୁଖ ଉପସ୍ଥିତ ଥିଲେ।