ପୁଣି କଂଗ୍ରେସକୁ ମିଳିଲା ବଡ ଝଟକା। କଂଗ୍ରେସର ହାତ ଛାଡିଲେ ପୂର୍ବତନ ନୀଳଗିରି ବିଧାୟକ ଚିତ୍ତରଞ୍ଜନ ଷଡ଼ଙ୍ଗୀ। ଦଳର ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇଛନ୍ତି। ତେବେ ବାଲେଶ୍ଵର କଂଗ୍ରେସ ସାଂସଦ ପାର୍ଥୀ ଶ୍ରୀକାନ୍ତ ଜେନାଙ୍କ ବିରୋଧରେ ଦୁର୍ବ୍ୟବହାର ଅଭିଯୋଗ ଆଣି ସେ ଦଳରୁ ଇସ୍ତଫା ଦେଇଥିବା କହିଛନ୍ତି।
ସୂଚନା ମୁତାବକ, ଚିତ୍ତରଞ୍ଜନ ଷଡ଼ଙ୍ଗ ୧୯୯୦ରେ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ି ବିଧାୟକ ଭାବେ ଦାୟିତ୍ୱ ସମ୍ଭାଳିଥିଲେ। ଏହାପରେ ୨୦୧୫ରେ କଂଗ୍ରେସରେ ସାମିଲ୍ ହୋଇଥିଲେ। ତେବେ କଂଗ୍ରେସ ଦଳ ପକ୍ଷରୁ ସେ ନିର୍ବାଚନ ଲଢ଼ି ବିଜୟ ମଧ୍ୟ ହାସଲ କରିଥିଲେ। ହେଲେ ଆଗକୁ ନିର୍ବାଚନ ଥିବା ବେଳେ ପୂର୍ବତନ ନୀଳଗିରି ବିଧାୟକ ଚିତ୍ତରଞ୍ଜନ ଷଡ଼ଙ୍ଗୀ ଇସ୍ତଫା ଦେଇଛନ୍ତି। ତେବେ ବାଲେଶ୍ଵର କଂଗ୍ରେସ ସାଂସଦ ପାର୍ଥୀ ଶ୍ରୀକାନ୍ତ ଜେନାଙ୍କ ଦୁର୍ବ୍ୟବହାର ଯୋଗୁ ଏବଂ ଦଳର ଏହା ପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ନ ନେବାରୁ ସେ ଦଳରୁ ଦୁରେଇ ଯାଇଛନ୍ତି।