ରସୁଲପୁର ବ୍ଲକ ଅନ୍ତର୍ଗତ ମହେଶ୍ୱର ପୁର ଗ୍ରାମର ଏକ ଡ୍ରେସ ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଯାଇଛି । ମଙ୍ଗଳବାର ରାତି ପ୍ରାୟ ୯ଟା ୪୫ ମିନିଟରେ ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ବିଭିନ୍ନ ଦାମୀ ପୋଷାକ ଜଳିପୋଡି ନଷ୍ଟ ହୋଇଯାଇଛି । ତେବେ ଖବର ପାଇ ରସୁଲପୁର ଓ ବରୁହା ଦମକଳ ବାହିନୀ ଘଟଣାସ୍ଥଳରେ ପହଂଚି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ଏହାସହିତ ସ୍ଥାନୀୟ ସରପଂଚ ଓ ବ୍ୟବସାୟୀ ମଧ୍ୟ ନିଆଁ ଲିଭାରେ ସହେଯାଗ କରିଥିଲେ । ତେବେ ଦୋକାନ ର ମାଲିକ ମହେଶ୍ୱର ପୁର ଗ୍ରାମର ରାଜେଶ କୁମାର ପାତ୍ର ହୋଇଥିବା ବେଳେ ଏପର୍ଯ୍ୟନ୍ତ କ୍ଷୟକ୍ଷତିର ପରିମାଣ ଜଣାପଡିନାହିଁ ।