ମାତ୍ର ଦୁଇ ଦିନର ଅପେକ୍ଷା । ୨୨ ଦିନ ଧରି ଚାଲିବ ଚନ୍ଦନ ଯାତ୍ରା ଏଥି ପାଇଁ ପୂରା ଉତ୍ସବ ମୁଖର ହୋଇ ପଡିଛି ବିନ୍ଦୁସାଗର ପରିସର । ଅକ୍ଷୟ ତୃତୀୟା ଠାରୁ ପ୍ରତି ଦିନ ସନ୍ଧ୍ୟାରେ ମହାପ୍ରଭୁ ଶ୍ରୀ ଲିଙ୍ଗରାଜ, ମା ପର୍ବତୀ, ଦୁର୍ଗା ଏବଂ ବାସୁଦେବ ଏଠାରେ କରୁବେ ନୌବିହାର । ଘଣ୍ଟ ଘଣ୍ଟା ହୁଳହୁଳିରେ କମ୍ପି ଉଠିବ ଏକାମ୍ର କ୍ଷେତ୍ର । ଏହି ପରିପ୍ରେକ୍ଷୀରେ ମନ୍ଦିର ପ୍ରଶାସନ ତରଫରୁ ସମସ୍ତ ବ୍ୟବସ୍ଥା ଏବେ ଯୁଦ୍ଧକାଳୀନ ଭିଭିରେ ଜାରି ରହିଛି । ଏଥର ଯଦିବା ଚାପ ନିମନ୍ତେ ଡଙ୍ଗା ମରାମତି କାମ ବିଳମ୍ବରେ ଆରମ୍ଭ ହୋଇଥିଲା, କିନ୍ତୁ ଅତିରିକ୍ତ ସମୟ ଦେଇ ଉଭୟ ପକ୍ଷରୁ ପ୍ରାୟ ୧୫ ଜଣ ମହାରଣା ଓ ବେହେରା ସେବାୟତ କାମ ଆଗେଇ ନେଇଛନ୍ତି । ବରିଷ୍ଠ ମହାରଣା ସେବାୟତ କହିଛନ୍ତି ଯେ, ଉତ୍ତରେଶ୍ଵର ଘାଟରେ ୨ଟି ଯକ ଡଙ୍ଗାରେ ରାଳ ଆଉ ପୁଟି ଦିଆ ସରିଛି। ଏଣେ ହାଟ ପାଖରେ ରଥ ଖୋଲାଯାଇ ଖୁଣ୍ଟି ଆଉ ବାଡ ତିଆରି କରାଯାଇ ରଙ୍ଗ ଦିଆଯାଇଛି । ଜଗତି ନିମନ୍ତେ ସିଡି ଏବଂ ଡଙ୍ଗା ପାଇଁ ଖଟୁଲି ମଧ୍ଯ ତିଆରି ହୋଇ ସାରିଛି। ଆଜି ୨ଟି ଯକ ଡଙ୍ଗା ଛଦା ହୋଇ ମଣ୍ଡପ ଟେକା ହେବ। ଏହାପରେ ହଂସ ୨ଟି ଲଗାଗଲେ କାମ ସରିଯିବ ।
ଅଧିକା ପଢନ୍ତୁ : ୬ ଘଣ୍ଟା ମହାପ୍ରଭୁଙ୍କ ଦର୍ଶନ ବନ୍ଦ