ସାମାନ୍ୟ ପାରିବାରିକ କଳହରୁ ଘଟିଗଲା ଗୋଟେ ବଡ ଅଘଟଣ। ନିଆଁରେ ପୋଡି ହୋଇ ଗୁରୁତର ହୋଇଗଲେ ଦମ୍ପତି। ତେବେ ଏହି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ଅନ୍ତର୍ଗତ କାଠକଟା ଗାଁରେ। ଏହି ଘଟଣା ଗତରେ ରାତିରେ ଘଟିଛି। ଗୁରୁତରଦ୍ୱୟ ହେଲେ କଠକଟାର ସଞ୍ଜୟ ହୋ ଓ ତାଙ୍କ ପତ୍ନୀ ସସ୍ମିତା ହୋ। ଉଭୟଙ୍କ ଭିତରେ ଗତ ରାତିରେ କୌଣସି କାରଣରୁ ଝଗଡା ହୋଇଥିଲା ସେ ଝଗଡାର ପରିଣାମ ବହୁତ ଭୟାନକ ହୋଇଥିଲା। ଝଗଡା କରି ସ୍ତ୍ରୀ ଉତ୍ତ୍ୟକ୍ତ ହୋଇ ନିଜ ଦେହରେ ନିଆଁ ଲଗାଇଥିଲେ। ସ୍ତ୍ରୀକୁ ବଞ୍ଚାଇବାକୁ ଯାଇ ସ୍ୱାମୀ ସଞ୍ଜୟ ବି ପୋଡି ହୋଇଯାଇଥିଲେ। ତେବେ ଉଭୟଙ୍କ ଚିତ୍କାର ଶୁଣି ପାଖ ପଡୋଶୀ ଆସି ଦେଖିଲା ବେଳକୁ ଦମ୍ପତିଙ୍କ ଦେହରେ ନିଆଁ ଲାଗିଯାଇଛି। ଦୁଇ ଜଣଙ୍କୁ ପ୍ରଥମେ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା ପରେ ଗୁରୁତର ହେବାରୁ ଉଭୟଙ୍କୁ କଟକ ବଡ ମେଡିକାଲକୁ ନିଆଯାଇ ଚିକିତ୍ସା କରାଯାଉଛି।
ଅଧିକା ପଢନ୍ତୁ: ସୋନପୁରରେ ନିର୍ବାଚନୀ ବିଗୁଲ ଫୁଙ୍କିବେ ଅମିତ ଶାହା