ଆଜି ଆସୁଛନ୍ତି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା । ଆଜି ନିର୍ବାଚନ ପ୍ରଚାରରେ କମ୍ପିବ ପୁରା ମଇଦାନ। ଆଜି ଦିନ ସାଢେ 3ଟାରେ ଝାରସୁଗୁଡା ବିମାନବନ୍ଦରରେ ପହଞ୍ଚିବେ ଅମିତ ଶାହା । ସେଠାରୁ ସୋନପୁର ଯାଇ ନିର୍ବାଚନ ପ୍ରଚାର କରିବେ । ଏହା ସହିତ ଜନସଭାରେ ନିଜର ଅଭିଭାଷଣ ରଖିବେ । ତେବେ ଶାହାଙ୍କ ନିର୍ବାଚନୀ ସଭା ପାଇଁ ପ୍ରସ୍ତୁତ ହୋଇସାରିଛି ଚୂଡାନ୍ତ । ତାଙ୍କ ଗସ୍ତକୁ ନେଇ ରାଜ୍ୟର ବିଜେପି ନେତା କର୍ମୀ ସମସ୍ତେ ଉତ୍ସାହିତ ଅଛନ୍ତି। ଶାହା ସୋନପୁରରେ କାମ ସାରି ଭୁବନେଶ୍ୱର ଆସିବେ। ଦଳର ପ୍ରମୁଖ କର୍ମକର୍ତ୍ତାଙ୍କ ସହ ବୌଠକ କରିବେ । ପରେ ପ୍ରଧାନମନ୍ତ୍ରୀ, ଜେ.ପି. ନଡ୍ଡା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସମେତ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓଡ଼ିଶା ଆସି ପ୍ରଚାର କରିବା କାର୍ଯ୍ୟକ୍ରମ ରହିଥିବା ଜଣାପଡ଼ିଛି।
ଅଧିକା ପଢନ୍ତୁ: ଆସନ୍ତା ୨୫ ତାରିଖରେ ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ