ଦ୍ଵିତୀୟ ପର୍ଯ୍ୟାୟ ନାମାଙ୍କନ ଦାଖଲ ପ୍ରକ୍ରିୟା ଶେଷ ହୋଇଛି । କନ୍ଧମାଳ ଲୋକସଭା ଆସନ ପାଇଁ ମୋଟ ୧୦ ଜଣ ପ୍ରାର୍ଥୀ ୨୧ ସେଟ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ଫୁଲବାଣୀ ବିଧାନସଭା ଆସନ ପାଇଁ ୧୧ ଜଣ ପ୍ରାର୍ଥୀ ୨୩ ସେଟ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ୧୧ଟାରୁ ନାମାଙ୍କନ ପତ୍ର ଯାଞ୍ଚ ଆରମ୍ଭ ହୋଇ ୩ ଟା ସୁଦ୍ଧା ଶେଷ ହେବା ପରେ ବୈଧ ପାର୍ଥିଙ୍କ ନାମାଙ୍କନ ଘୋଷଣା କରାଯିବ । ତେବେ ଆସନ୍ତା ୬ ତାରିଖ ଦିନ ୩ଟା ପର୍ଯ୍ୟନ୍ତ ଇଛୁକ ପାର୍ଥୀ ନାମାଙ୍କନ ପ୍ରତ୍ଯାହାର କରିପାରିବେ ବୋଲି ଜିଲ୍ଳା ନିର୍ବାଚନ ଅଧିକାରୀ ତଥା କନ୍ଧମାଳ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ତେବେ ସ୍ଥାନୀୟ ଅଞ୍ଚଳରେ ଥିବା ସମସ୍ୟାର ସମାଧାନ କରାଇବା ପାଇଁ ପ୍ରତିଶୃତି ଦେଇଛନ୍ତି ସ୍ଵାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିବା ସୁଧାଂଶୁ କୁମାର କହଁର ।
ଅଧିକ ପଢନ୍ତୁ : ଆଦର୍ଶ ଆଚରଣବିଧି ଉଲ୍ଲଙ୍ଘନ ସଂକ୍ରାନ୍ତୀୟ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ