କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଖିରେଇଟାଙ୍ଗିରୀ ଥାନା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବୃଦ୍ଧା ମାକୁ ତଣ୍ଟିଚିପି ନୃଶଂସ ପୁଅ ହତ୍ୟା କରିଛି । ମୃତକ ଜଣଙ୍କ ଖିରେଇଟାଙ୍ଗିରୀ ଗ୍ରାମର ଗୈାରୀ ନାଏକ ବୋଲି ଜଣାପଡିଛି । ସୂଚନା ଅନୁସାରେ ଶୁକ୍ରବାର ରାତିରେ ଗୈାରୀ ତାଙ୍କ ପୁଅ କୁ ଖାଇବାକୁ ଦେବାରେ ବିଳମ୍ବ କରିଥିଲେ । ଯେଉଁଥିପାଇଁ ବୃଦ୍ଧା ମାକୁ ମାଡ ମାରିବା ସହ ତଣ୍ଟି ଚିପି ହତ୍ୟା କରିଛି ନୃଶଂସ ପୁଅ । ତେବେ ମଦ ନିଶାରେ ଉତ୍ୟକ୍ତ ହୋଇ ନୃଶଂସ ପୁଅ ମାକୁ ହତ୍ୟା କରିଥିବା ଜଣାପଡିଛି । ଏବଂ ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଂଚି ଅଧିକ ତଦନ୍ତ ଜାରି ରଖିଛି । ଏହାସହ ହତ୍ୟାକାରୀ ପୁଅ ସୁରେନ୍ଦ୍ର ନାଏକକୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ।