କଂଗ୍ରେସରୁ ମିଳିଥିବା ପୁରୀ ଲୋକସଭା ପ୍ରାର୍ଥୀ ଟିକେଟକୁ ଫେରାଇଛନ୍ତି ସୁଚରିତା ମହାନ୍ତି। ଟିକେଟ ଫେରାଇଥିବା ନେଇ ସେ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ ଏଆଇସିସି ସାଧାରଣ ସମ୍ପାଦକ କେସି ବେଣୁଗୋପାଳଙ୍କୁ ଇମେଲ ପଠାଇଛନ୍ତି। ତେବେ କଂଗ୍ରେସ ଦଳ ପକ୍ଷରୁ ନିର୍ବାଚନୀ ପ୍ରଚାର ପାଇଁ କୌଣସି ଫଣ୍ଡିଂ ଦିଆଯାଉନାହିଁ। ବିନା ଫଣ୍ଡିଙ୍ଗରେ କ୍ୟାମ୍ପେନିଙ୍ଗ ସମ୍ଭବ ନୁହେଁ ଏଥିପାଇଁ ସୁଚରିତା ଟିକେଟ ଫେରାଇ ଦେଇଛନ୍ତି।
ସୂଚନା ମୁତାବକ , ଆଗକୁ ନିର୍ବାଚନ ଥିବା ବେଳେ ନିର୍ବାଚନ ପୂର୍ବରୁ ପୁରୀରେ କଂଗ୍ରେସକୁ ବଡ ଝଟକା ଲାଗିଛି। ପୁରୀ ଲୋକସଭା ପ୍ରାର୍ଥୀ ଟିକେଟକୁ ଫେରାଇଛନ୍ତି ସୁଚରିତା ମହାନ୍ତି। ତେବେ ମୁଖ୍ୟତଃ ସେ ଦୁଇଟି କାରଣ ପାଇଁ ଟିକେଟ୍ ଫେରାଇଥିବା ବୋଲି କହିଛନ୍ତି। ପ୍ରଥମତଃ ପୁରୀର ବିଭିନ୍ନ ବିଧାନସଭା ଆସନରେ ଦଳ ଦୁର୍ବଳ ପ୍ରାର୍ଥୀ ଦେଇଛି ଏବଂ ଦ୍ୱିତୀୟରେ ପ୍ରଚାର ପାଇଁ ଦଳ ପକ୍ଷରୁ କୌଣସି ଫଣ୍ଡିଂ ଦିଆଯାଉନାହିଁ। ତେଣୁ ଏହି ଦୁଇଟି କାରଣ ପାଇଁ ସେ ନିଜ ଟିକେଟ୍ ଫେରାଉଛନ୍ତି ବୋଲି ଦଳର ମୁଖ୍ୟଙ୍କୁ ଇମେଲରେ ଜଣାଇଛନ୍ତି । ସୁଚରିତା ଟିକେଟ୍ ଫେରାଇବା ପରେ ବର୍ତ୍ତମାନ ନିର୍ବାଚନ ପାଇଁ କାହାକୁ କଂଗ୍ରେସ ଟିକେଟ ଦେବ ସେ ନେଇ ଦ୍ୱନ୍ଦ୍ୱ ଉପୁଜୁଛି। ତେଣୁ ଏ ନେଇ ବର୍ତ୍ତମାନ ଚିନ୍ତାରେ କଂଗ୍ରେସ ଦଳ।