ବାରିପଦାରୁ ଗଡ଼ିଲା ସରକାରୀ ବସ୍ । ଶୁକ୍ରବାର ବାରିପଦା ବସ୍ଷ୍ଟାଣ୍ଡରେ ତୁମୁଳକାଣ୍ଡ ଘଟିବା ପରେ ଶନିବାର ଠାରୁ ବାରିପଦାରେ କୌଣସି ବସ ଚାଲୁନଥିଲା । ଫଳରେ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସାମ୍ନା କରିଛନ୍ତି । ତେବେ ବାରିପଦା ବସଷ୍ଟାଣ୍ଡରୁ ଏଯାଏ କୌଣସି ଘରୋଇ ବସ୍ ଚଳାଚଳ ହୋଇନଥିଲାବେଳେ ପ୍ରଶାସନର ପଦକ୍ଷେପ ଫଳରେ ସେଠାରୁ ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ୧୪ଟି ସରକାରୀ ବସ୍ ଗଡ଼ିଛି।ସୂଚନା ଅନୁଯାୟୀ,ବସ୍ ସମୟ ନିର୍ଘଣ୍ଟକୁ ଭିତ୍ତି କରି ବସ୍ଷ୍ଟାଣ୍ଡରେ ତୁମୁଳକାଣ୍ଡ ଘଟିଥିଲା । ଏହାପରେ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ବସ୍ ଗଡ଼ୁନଥିବାର ସୂଚନା ମିଳିଥିଲା । ଅନିର୍ଦ୍ଦିଷ୍ଟ କାଳ ପାଇଁ ବସ ଚଳାଚକ ବନ୍ଦ ହୋଇଥିବାରୁ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ ବସ ଚଳାଚଳକୁ ନେଇ ଯଥା ଶୀଘ୍ର ସମାଧାନ କରିବା ପାଇଁ ଦାବି କରାଯାଇଛି ।