ଚେନ୍ନାଇର ଏମ ଚିଦାମ୍ବରମ ଷ୍ଟାଡିୟମରେ ଚଳିତ ଆଇପିଏଲର ୨୨ ତମ ମ୍ୟାଚ ଖେଳାଯିବ । ପଏଣ୍ଟସ ଟେବୁଲର ଦ୍ଵିତୀୟ ସ୍ଥାନରେ ଥିବା କୋଲକାତା ଟେବୁଲର ଚତୁର୍ଥ ସ୍ଥାନରେ ଥିବା ଚେନ୍ନାଇର ଘରୋଇ ମୈଦାନରେ ଭେଟ ହେବ । ଦୁଇ ଦଳ ପୂର୍ବରୁ ୨୮ ଥର ଭେଟ ହୋଇଥିବାବେଳେ ଚେନ୍ନାଇ, କୋଲକାତା ଉପରେ ଭାରି ପଡିଛି । ଚେନ୍ନାଇ ୧୮ ଥର ଜିତିଥିବାବେଳେ କୋଲକାତା ୧୦ ଥର ଜିତିଛି । କେବଳ ଚିଦାମ୍ବରମ ଷ୍ଟାଡିୟମର ୧୦ ଟି ମ୍ୟାଚରେ ଚେନ୍ନାଇ, କୋଲକାତାକୁ ୭ଥର ପରାସ୍ତ କରିଛି । ତେବେ ୨୦୧୩ ପରଠାରୁ ଚେନ୍ନାଇର ଘରୋଇ ମୈଦାନରେ ଚେନ୍ନାଇର ବିଜୟ ହାର ୮୦ ପ୍ରତିଶତରୁ ଅଧିକ ରହିଛି । ସମୁଦାୟ ୪୨ ଟି ମ୍ୟାଚରୁ ଚେନ୍ନାଇ ୩୪ଟି ମ୍ୟାଚରେ ବିଜୟ ହାସଲ କରିଛି ଏବଂ ମାତ୍ର ୮ଟି ମ୍ୟାଚରେ ପରାସ୍ତ ହୋଇଛି । ତେବେ ମୁସ୍ତଫିଜୁର ରେହମାନ ଆଜିର ମ୍ୟାଚ ପାଇଁ ଉପଲବ୍ଧ ଥିଲେ ମଧ୍ୟ ଆଜି ମ୍ୟାଚ ଖେଳିବାର ସମ୍ଭାବନ କମ ନେଇ ଚେନ୍ନାଇର ବୋଲିଂ କୋଚ ସୂଚନା ଦେଇଛନ୍ତି । ତେବେ ସୁନୀଲ ନାରିନଙ୍କ ବିସ୍ଫୋଟକ ବ୍ୟାଟିଂକୁ ରଖିବା ଆଜି ଚେନ୍ନାଇ ପାଇଁ ଚିନ୍ତାର ବିଷୟ ରହିବ । ପୂର୍ବ ଦୁଇଟି ମ୍ୟାଚରେ ବିସ୍ଫୋଟକ ବ୍ୟାଟିଂ କରି ଦଳକୁ ବିଜୟ ଦ୍ୱାର ପର୍ଯ୍ୟନ୍ତ ନେବାରେ ସୁନୀଲଙ୍କ ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ରହିଥିଲା । ତେବେ ଚେନ୍ନାଇର ଅଧିନାୟକ ଋତୁରାଜଙ୍କ ପାଇଁ ସୁନୀଲଙ୍କ ୱିକେଟ୍ ବେଶ ଗୁରୁତ୍ୱପୂର୍ଣ୍ଣ ରହିବ । ତେବେ ଯଦି ଚେନ୍ନାଇରେ ସ୍ପିନିଂ ଟ୍ରାକ ହୁଏ ତାହାଲେ ମଧ୍ୟ ସୁନୀଲ ନାରୀନ ବୋଲିଂରେ ଚେନ୍ନାଇକୁ ଧରାଶାୟୀ କରିପାରନ୍ତି । ତେବେ ଉଭୟ ପାରିରେ ସୁନୀଲଙ୍କୁ ରୋକିବା ଋତୁରାଜଙ୍କ ପାଇଁ ଚିନ୍ତାର ବିଷୟ ପାଲଟି ପାରେ ।
ଚେନ୍ନାଇ ସୁପର କିଙ୍ଗ୍ସ ସମ୍ଭାବ୍ୟ ୧୧ :- ରଚିନ ରବୀନ୍ଦ୍ର, ଋତୁରାଜ ଗାଇକୱାଡ (ଅଧିନାୟକ), ଅଜୀଙ୍କ୳୲ ରାହାଣେ, ଡ୍ୟାରିଲ ମିଚିଲ, ସମୀର ରୀଜ଼ବି/ମିଚିଲ ସ୍ୟାଣ୍ଟନର, ଶିବମ ଦୁବେ, ରବୀନ୍ଦ୍ର ଜାଡେଜା, ମହେନ୍ଦ୍ର ସିଂ ଧୋନି, ଦୀପକ ଚହର, ତୁଷାର ଦେଶପାଣ୍ଡେ, ମହେଶ ଥିକସନା (ଇମ୍ପ୍ୟାକ୍ଟ ଖେଳାଳି - ମୁକେଶ ଚୌଧୁରୀ )
କୋଲକାତା ନାଇଟ ରାଇଡ଼ର୍ସ ସମ୍ଭାବ୍ୟ ୧୧ :- ଫିଲିପ ସଲ୍ଟ (ୱିକେଟ୍ କିପର), ଅଙ୍ଗକ୍ରିଶ ରଘୁବଂଶୀ, ଭେଙ୍କଟେଶ ଆୟର, ଶ୍ରେୟସ ଆୟର(ଅଧିନାୟକ), ରମନଦୀପ ସିଂ, ରିଙ୍କୁ ସିଂ, ଆନ୍ଦ୍ରେ ରସେଲ, ସୁନୀଲ ନାରିନ, ମିଚିଲ ଷ୍ଟାର୍କ, ହର୍ଷିତ ରାଣା, ବରୁଣ ଚକ୍ରବର୍ତ୍ତୀ (ଇମ୍ପ୍ୟାକ୍ଟ ଖେଳାଳି - ସୁୟଶ ଶର୍ମା )
ଅଧିକ ପଢନ୍ତୁ : ଆଜି ମୁହାଁମୁହିଁ ହେବେ ଦିଲ୍ଲୀ ଏବଂ ମୁମ୍ବାଇ