ଶନିବାର ଅପରାହ୍ନରେ ଖେଳାଯାଇଥିବା ହାଇ ସ୍କୋରିଂ ମ୍ୟାଚରେ ୧୦ ରନରେ ବାଜି ମାରିଛି ଦିଲ୍ଲୀ କ୍ୟାପିଟାଲ୍ସ । ଅରୁଣ ଜେଟଲୀ ଷ୍ଟାଡିୟମ, ଦିଲ୍ଲୀରେ ଖେଳାଯାଇଥିବା ଆଇପିଏଲର ୪୩ ତମ ମ୍ୟାଚରେ ବିସ୍ଫୋଟକ ପାଳି ଖେଳିବା ସହ ମ୍ୟାଚର ଶ୍ରେଷ୍ଠ ଖେଳାଳି ହୋଇଥିଲେ ଫ୍ରେଜର ମ୍ୟାକ୍ଗର୍କ । ବିଜୟ ସହ ଦିଲ୍ଲୀ ପଏଣ୍ଟସ ଟେବୁଲର ପଞ୍ଚମ ସ୍ଥାନରେ ପହଞ୍ଚିଛି ।
ନିର୍ଦ୍ଧାରିତ ୨୦ ଓଭରରେ ପ୍ରଥମେ ଦିଲ୍ଲୀ ବ୍ୟାଟିଂ କରି ୨୪୭ ରନ ସଂଗ୍ରହ କରିଥିଲା । ଦିଲ୍ଲୀର ଫ୍ରେଜର ମ୍ୟାକ୍ଗର୍କ ୨୭ ବଲରେ ୮୪ ରନ କରି ଦିଲ୍ଲୀକୁ ବଡ ସ୍କୋର କରିବାରେ ସାହାଯ୍ୟ କରିଥିଲେ । ଅଭିଶେଖ ପୋରେଲ ୩୬, ଶେ ହୋପ ୪୧, ପନ୍ତ ୨୯, ଟ୍ରିଷ୍ଟନ ଷ୍ଟବ୍ସ ୪୮ ଓ ଅକ୍ସର ପଟେଲ ୧୧ ରନ କରିଥିଲେ । ମୁମ୍ବାଇ ପକ୍ଷରୁ ଲ୍ୟୁକ ଉଡ଼, ଚାୱଲା, ବୁମରା ଓ ନବୀ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ । ଦ୍ଵିତୀୟ ଇନିଂସରେ ମୁମ୍ବାଇ ପ୍ରଥମ ୬ ଓଭରରେ ହିଁ ୩ଟି ୱିକେଟ୍ ହରାଇଥିଲା । ଯେଉଁଥିରେ ରୋହିତ ଶର୍ମା, ଈଶାନ କିଷାନ ଓ ସୂର୍ଯ୍ୟକୁମାର ଯାଦବଙ୍କ ୱିକେଟ୍ ସାମିଲ ଥିଲା । ପରେ ହାର୍ଦ୍ଦିକ ଓ ତିଲକଙ୍କ ମଧ୍ୟରେ ଏକ ଭାଗିଦାରୀତା ହୋଇଥିଲେ ମଧ୍ୟ ୧୨.୩ ଓଭରରେ ହାର୍ଦ୍ଦିକ ୪୬ ରନରେ ୱିକେଟ୍ ହରାଇଥିଲେ । ପରେ ନିୟମିତ ବ୍ୟବଧାନରେ ୱିକେଟ୍ ପଡିବାରୁ ମୁମ୍ବାଇ ୧୦ ରନରେ ପରାସ୍ତ ହୋଇଥିଲା । ତିଲକ ବର୍ମା ଶେଷ ଓଭର ପର୍ଯ୍ୟନ୍ତ ବ୍ୟାଟିଂ କରି ୩୨ ବଲରେ ୬୩ ରନ କରିଥିଲେ । ଦିଲ୍ଲୀ ପକ୍ଷରୁ ରସିକ ଦାର ୩ଟି, ମୁକେଶ କୁମାର ୩ଟି ଏବଂ ଖଲିଲ ଏହମଦ ୨ଟି ୱିକେଟ୍ ନେଇଥିଲେ ।
ଅଧିକ ପଢନ୍ତୁ : ଏକନ୍ନାରେ ଟେବୁଲ ଟପ୍ପର ବନାମ ଲକ୍ଷ୍ନୌ ସୁପର ଜାଏଣ୍ଟସ