ଟି -୨୦ ବିଶ୍ୱକପ ୨୦୨୪ ପୂର୍ବରୁ ପାକିସ୍ତାନ କୋଚ ବଦଳାଇଛି । ଦିନିକିଆ ଏବଂ ଟି-୨୦ ରେ ଗ୍ୟାରି କିର୍ଷ୍ଟନ ପାକିସ୍ତାନ ଦଳରେ ସାମିଲ ହୋଇଛନ୍ତି। ଏଥି ସହିତ ଅଷ୍ଟ୍ରେଲିଆର ପୂର୍ବତନ ଦ୍ରୁତ ବୋଲର ଜେସନ ଗିଲସ୍ପିଙ୍କୁ ଟେଷ୍ଟର ମୁଖ୍ୟ ପ୍ରଶିକ୍ଷକ କରାଯାଇଛି। ତେବେ ଗ୍ୟାରି କିର୍ଷ୍ଟନଙ୍କ ନେତୃତ୍ୱରେ ଭାରତ ୨୮ ବର୍ଷ ପରେ ୨୦୧୧ ଦିନିକିଆ ବିଶ୍ୱକପ ଜିତିଥିଲା । ବର୍ତ୍ତମାନ ଟି-୨୦ ବିଶ୍ୱକପ ପୂର୍ବରୁ ପାକିସ୍ତାନ ଗ୍ୟାରି କିର୍ଷ୍ଟନଙ୍କୁ ମୁଖ୍ୟ ପ୍ରଶିକ୍ଷକ ଦାୟିତ୍ୱ ଦେଇଛି ।
ଚଳିତ ଟି-୨୦ ବିଶ୍ୱକପ ଜୁନ ୧, ୨୦୨୪ ରୁ ଆରମ୍ଭ ହେବ । ୱେଷ୍ଟଇଣ୍ଡିଜ୍ ଏବଂ ଆମେରିକା ଦ୍ୱାରା ଆୟୋଜିତ ଏହି ବିଶ୍ୱକପ ଆୟୋଜନ ହେଉଛି । ମେଗା ଇଭେଣ୍ଟ ପୂର୍ବରୁ ୫୬ ବର୍ଷିୟ ଗ୍ୟାରି କିର୍ଷ୍ଟନଙ୍କୁ ପାକିସ୍ତାନର କୋଚ ଭାବରେ ନିଯୁକ୍ତ କରାଯାଇଛି। ମିକି ଆର୍ଥରଙ୍କ ପରେ ପାକିସ୍ତାନ ଦଳ ସମସ୍ତ ତିନୋଟି ଫର୍ମାଟରେ ମୁଖ୍ୟ ପ୍ରଶିକ୍ଷକ ଖୋଜୁଥିଲେ, କିନ୍ତୁ ବର୍ତ୍ତମାନ ଏହି ସନ୍ଧାନ ଶେଷ ହୋଇଛି। ଆର୍ଥରଙ୍କ ପରେ ମହମ୍ମଦ ହାଫିଜ ଦଳର ନିର୍ଦ୍ଦେଶକ ଭାବରେ ଦଳର ଦାୟିତ୍ୱ ଗ୍ରହଣ କରିଥିଲେ, କିନ୍ତୁ ନ୍ୟୁଜିଲ୍ୟାଣ୍ଡ ଏବଂ ଅଷ୍ଟ୍ରେଲିଆ ଗସ୍ତରେ ଖରାପ ପ୍ରଦର୍ଶନ ପରେ ତାଙ୍କୁ ବରଖାସ୍ତ କରାଯାଇଥିଲା।
ଅଧିକ ପଢନ୍ତୁ : ଚିଦାମ୍ବରମ ଷ୍ଟାଡିୟମରେ ଭେଟ ହେବେ ଚେନ୍ନାଇ ଓ ହାଇଦ୍ରାବାଦ