ରୁତୁରାଜ ଗାଇକୱାଡଙ୍କ ପ୍ରତିନିଧିତ୍ୱରେ ଚେନ୍ନାଇ ଆଇପିଏଲ ୨୦୨୪ ରେ ଭଲ ପ୍ରଦର୍ଶନ କରିଛି । ଚେନ୍ନାଇ ୮ ଟି ମ୍ୟାଚ ଖେଳି ୪ ଟି ମ୍ୟାଚରେ ଜିତିଥିବାବେଳେ ଦଳକୁ ୪ ଟି ମ୍ୟାଚରେ ପରାଜୟର ସାମ୍ନା କରିବାକୁ ପଡିଛି । ଅନ୍ୟପକ୍ଷରେ ହାଇଦ୍ରାବାଦର ବ୍ୟାଟ୍ସମ୍ୟାନମାନେ ବିସ୍ଫୋଟକ ବ୍ୟାଟିଂ କରିଛନ୍ତି । ତେବେ ହାଇଦ୍ରାବାଦ ୮ ଟି ମ୍ୟାଚ ଖେଳି ୫ ଟି ମ୍ୟାଚରେ ବିଜୟ ହାସଲ କରିଛି । ଚେନ୍ନାଇର ଏମ ଚିଦାମ୍ବରମ ଷ୍ଟାଡିୟମରେ ସ୍ପିନ ବୋଲରଙ୍କୁ ସାହାଯ୍ୟ ମିଳିଥାଏ । ଚିଦାମ୍ବରମ ଷ୍ଟାଡିୟମରେ ଆଇପିଏଲରେ ମୋଟ ୭୬ ଟି ମ୍ୟାଚ ଖେଳାଯାଇଛି ଯେଉଁଥିରେ ଆୟୋଜକ ଦଳ ୫୧ ଟି ମ୍ୟାଚ ଜିତିଥିବାବେଳେ ଭ୍ରମଣକାରୀ ଦଳ ୨୫ ଟି ମ୍ୟାଚ ଜିତିଛନ୍ତି।
ଚେନ୍ନାଇର ଏମ ଚିଦାମ୍ବରମ୍ ଷ୍ଟାଡିୟମରେ ଚଳିତ ସିଜନରେ ଚେନ୍ନାଇ ଚାରୋଟି ମ୍ୟାଚ ଖେଳିଛି ଯେଉଁଥିରୁ ଚେନ୍ନାଇ ତିନୋଟି ମ୍ୟାଚ ଜିତିଛି । ତେବେ ଚେନ୍ନାଇର ଘରୋଇ ମୈଦାନରେ ଚେନ୍ନାଇକୁ ହରାଇବା ସନରାଇଜର୍ସ ହାଇଦ୍ରାବାଦ ପାଇଁ କଷ୍ଟକର ହେବ। ଚେନ୍ନାଇ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ହେଡ-ଟୁ-ହେଡ ରେକର୍ଡ ଉପରେ ନଜର ପକାଇଲେ ଜଣାପଡେ ଯେ ଆଇପିଏଲରେ ଉଭୟ ଦଳ ମୋଟ ୨୦ ଥର ମୁହାଁମୁହିଁ ହୋଇଛନ୍ତି, ଯେଉଁଥିରୁ ଚେନ୍ନାଇ ୧୪ ଟି ମ୍ୟାଚ ଜିତିଛି, ହାଇଦ୍ରାବାଦ ୬ ଟି ମ୍ୟାଚ ଜିତିଛି ।
ଅଧିକ ପଢନ୍ତୁ : ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଗୁଜୁରାଟ ବନାମ ବେଙ୍ଗାଲୁରୁ