ଗୁଜୁରାଟ ଓ ବେଙ୍ଗାଲୁରୁ ମଧ୍ୟରେ ଆଇପିଏଲର ୪୫ ତମ ମ୍ୟାଚ ଖେଳାଯିବ । ନରେନ୍ଦ୍ର ମୋଦି ଷ୍ଟାଡିୟମ ଅହମ୍ମଦାବାଦରେ ଏହି ମ୍ୟାଚ ଖେଳାଯିବ । ତେବେ ଦୁଇ ଦଳ ମଧ୍ୟରେ ଟସ୍ ହୋଇସାରିଛି ଏବଂ ବେଙ୍ଗାଲୁରୁ ଟସ୍ ଜିତି ବୋଲିଂର ନିଷ୍ପତି ନେଇଛି । ତେବେ ବେଙ୍ଗାଲୁରୁ ଦଳରେ ସାମାନ୍ୟ ପରିବର୍ତ୍ତନ ଦେଖିବାକୁ ମିଳିଛି । ଦଳକୁ ଫେରିଛନ୍ତି ଗ୍ଲେନ ମ୍ୟାକ୍ସୱେଲ । ଅନ୍ୟପକ୍ଷରେ ଗୁଜୁରାଟ ପୂର୍ବ ମ୍ୟାଚରେ ଖେଳୁଥିବା ଦଳ ସହ ପଡିଆକୁ ଓହ୍ଲାଇବ । ଏହା ସହ ରବିବାର ହୋଇଥିବାରୁ ଆଜି ଦୁଇଟି ମ୍ୟାଚ ରହିଛି । ସନ୍ଧ୍ୟାରେ ଚେନ୍ନାଇ ଓ ହାଇଦ୍ରାବାଦ ମଧ୍ୟରେ ମ୍ୟାଚ ରହିଛି ଏବଂ ଏହି ମ୍ୟାଚ ଚେନ୍ନାଇର ଏମ.ଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯିବ ।
ଗୁଜୁରାଟ ଟାଇଟନ୍ସର ପ୍ଲେଇଂ ୧୧ : ଋଦ୍ଧିମାନ ସାହା(ୱିକେଟ୍ କିପର), ଶୁବମାନ ଗିଲ(ଅଧିନାୟକ), ସାଇ ସୁଦର୍ଶନ, ଡେଭିଡ ମିଲର, ଅଯ଼ମାତୁଲ୍ଲାହ ଓମରଯାଇ, ରାହୁଲ ତେୱତୀଆ, ଶାହରୁଖ ଖାନ, ରଶିଦ ଖାନ, ରବିଶ୍ରୀନିବାସନ ସାଇ କିଶୋର, ନୁର ଅହମଦ, ମୋହିତ ଶର୍ମା
ରୟାଲ ଚ୍ୟାଲେଞ୍ଜର୍ସର ପ୍ଲେଇଂ ୧୧ : ବିରାଟ କୋହଲି, ଫାଫ ଡୁ ପ୍ଲେସିସ(ଅଧିନାୟକ), ୱିଲ ଜ୍ୟାକ୍ସ, ରଜତ ପତିଦର , ଗ୍ଲେନ ମ୍ୟାକ୍ସୱେଲ , କ୍ୟାମେରନ ଗ୍ରୀନ, ଦୀନେଶ କାର୍ତିକ(ୱିକେଟ୍ କିପର), ସ୍ୱପ୍ନିଳ ସିଂ, କର୍ଣ ଶର୍ମା, ମହମ୍ମଦ ଶିରାଜ, ୟଶ ଦୟାଲ
ଅଧିକ ପଢନ୍ତୁ : କ୍ୱାଲିଫାୟାର ରେସରେ ଆଗୁଆ ରାଜସ୍ଥାନ ରୟାଲ୍ସ