ସୋମବାର ନ୍ୟୁଜିଲ୍ୟାଣ୍ଡ ଟି -୨୦ ବିଶ୍ୱକପ ୨୦୨୪ ପାଇଁ ୧୫ ଜଣିଆ ଦଳ ଘୋଷଣା କରିଛି। ଟି-୨୦ ବିଶ୍ୱକପ ୨୦୨୪ ପାଇଁ ଦଳ ଘୋଷଣା କରିଥିବା ନ୍ୟୁଜିଲ୍ୟାଣ୍ଡ ପ୍ରଥମ ଦେଶ ହୋଇଛି। କେନ୍ ୱିଲିୟମସନଙ୍କ ନେତୃତ୍ୱରେ ନ୍ୟୁଜିଲ୍ୟାଣ୍ଡ ଟି-୨୦ ବିଶ୍ୱକପ ଖେଳିବାକୁ ଥିବାବେଳେ ଦଳରେ ଅଭିଜ୍ଞ ଟ୍ରେଣ୍ଟ ବୋଲ୍ଟ ଏବଂ ଟିମ୍ ସାଉଦିଙ୍କୁ ସ୍ଥାନ ମିଳିଛି । କେନ୍ ୱିଲିୟମସନ ଷଷ୍ଠ ଥର ପାଇଁ ଟି -୨୦ ବିଶ୍ୱକପ ଖେଳିବେ ଏବଂ ଅଧିନାୟକ ଭାବରେ ଏହା ତାଙ୍କର ଚତୁର୍ଥ ସଂସ୍କରଣ। ତେବେ ସପ୍ତମ ଥର ପାଇଁ ଟି-୨୦ ବିଶ୍ୱକପରେ ଟିମ୍ ସାଉଥୀ ଅଂଶଗ୍ରହଣ କରିବେ ଏବଂ ବୋଲ୍ଟ ପଞ୍ଚମ ଥର ପାଇଁ ଟି -୨୦ ବିଶ୍ୱକପ ଖେଳିବେ ।
ଅଭିଜ୍ଞ ଓପନର୍ କଲିନ୍ ମୁନ୍ରୋ ଦଳରେ ସ୍ଥାନ ପାଇପାରିନାହାନ୍ତି। ଯୁବ ରଚିନ୍ ରବିନ୍ଦ୍ରଙ୍କ ଉପରେ ନ୍ୟୁଜିଲ୍ୟାଣ୍ଡ ଭରସା କରିଛି। ଏହା ବ୍ୟତୀତ ଦ୍ରୁତ ବୋଲର ମ୍ୟାଟ ହେନେରୀଙ୍କୁ ଦଳରେ ଅନ୍ତର୍ଭୁକ୍ତ କରାଯାଇଛି। ଏହା ସହ ଦଳ ଯୁବ ଫାଷ୍ଟ ବୋଲର ବେନ ସିଆର୍ସଙ୍କୁ ରିଜର୍ଭ ଖେଳାଳି ଭାବରେ ଅନ୍ତର୍ଭୁକ୍ତ କରିଛି। ତେବେ ନ୍ୟୁଜିଲ୍ୟାଣ୍ଡ ୨୦୨୪ ବିଶ୍ୱକପର ପ୍ରଥମ ମ୍ୟାଚ ଜୁନ ୭ ରେ ଆଫଗାନିସ୍ତାନ ବିପକ୍ଷରେ ଖେଳିବ ।
ଟି-୨୦ ବିଶ୍ୱକପ ପାଇଁ ନ୍ୟୁଜିଲ୍ୟାଣ୍ଡ ଦଳ : କେନ୍ ୱିଲିୟମସନ(ଅଧିନାୟକ), ଫିନ ଆଲେନ, ଟ୍ରେଣ୍ଟ ବୋଲ୍ଟ, ମାଇକେଲ ବ୍ରେସୱେଲ, ମାର୍କ ଚାପମ୍ୟାନ, ଡେଭନ କାନୱେ, ଲକି ଫର୍ଗସନ, ମ୍ୟାଟ ହେନରୀ, ଡ୍ୟାରିଲ ମିଚେଲ, ଜିମି ନିଶାମ, ଗ୍ଲେନ ଫିଲିପ୍ସ, ରଚିନ ରବୀନ୍ଦ୍ର, ମିଚିଲ ସ୍ୟାଣ୍ଟନର, ଇଶ ସୋଧୀ, ଟିମ୍ ସାଉଦି
ଅଧିକ ପଢନ୍ତୁ : ଗ୍ୟାରି କିର୍ଷ୍ଟନ ପାକିସ୍ତାନର ନୂଆ କୋଚ