ଆଜି ବିଶ୍ୱ ଐତିହ ଦିବସ । ସମଗ୍ର ମାନବ ଜାତିର ମିଳିତ ଇତିହାସ ଓ ଐତିହ କୁ ସୁରକ୍ଷା ଦେବାର ଗୁରୁତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏବଂ ଐତିହ ସ୍ଥଳ ଗୁଡିକର ସ୍ୱର୍ଣ୍ଣିମ ଇତିହାସ ଓ ନିର୍ମାଣକୁ ବଂଚାଇ ରଖିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଏପ୍ରିଲ ମାସ ୧୮ ତାରିଖକୁ ବିଶ୍ୱ ଐତିହ ଦିବସ ଭାବରେ ପାଳନ କରାଯାଏ । ଆଉ ବିଶ୍ୱ ଐତିହ ଦିବସ ଅବସରରେ ସମସ୍ତ ପର୍ଯ୍ୟଟକଙ୍କ ପାଇଁ କୋଣାର୍କ ମନ୍ଦିର ବା ସୂର୍ଯ୍ୟ ମନ୍ଦିର ପ୍ରବେଶ ଶୁକ୍ଳ ସମ୍ପୂର୍ଣ୍ଣରୂପେ ଛାଡ କରାଯାଇଛି । ଏବଂ ପର୍ଯ୍ୟଟକଙ୍କ ପାଇଁ କୋଣାର୍କ ମନ୍ଦିରରେ ଏକ ଫଟୋଚିତ୍ର ପ୍ରଦର୍ଶନୀ ଆୟୋଜିତ କରାଯାଇଥିଲା । ଏହାସହ ସକାଳୁ ସକାଳୁ ଅନେକ ପର୍ଯ୍ୟଟକ ବିନା ଟିକେଟରେ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରୁଥିବା ଦେଖିବାକୁ ମିଳିଛି । ପ୍ରତ୍ୟେକ ବର୍ଷ ପରି ଚଳିତବର୍ଷ ୧୮ ଏପ୍ରିଲକୁ ୟୁନିସ୍କୋ ଦ୍ୱାରା ବିଶ୍ୱ ଐତିହ୍ୟ ଦିବସ ଭାବେ ସମଗ୍ର ପୃଥିବୀରେ ଥିବା ବିଭିନ୍ନ ଦେଶର ବିଶ୍ୱ ଐତିହ୍ୟ ସ୍ଥଳୀ ଭାବେ ମାନ୍ୟତା ପାଇଥିବା ପ୍ରାଚୀନ କୀର୍ତ୍ତିରାଜି ଗୁଡିକରେ ମହା ଆଡମ୍ବରରେ ବିଶ୍ୱ ଐତିହ ଦିବସ ପାଳନ କରାଯାଉଥିବା ଦେଖିବାକୁ ମିଳିଛି ।