ବିହାର ଯୁବକଙ୍କୁ ହତ୍ୟାକଲେ ଆତଙ୍କବାଦୀ । ନିର୍ବାଚନକୁ ଆଉ କେଇଟା ଦିନ ବାକି ରହିଲା । କିନ୍ତୁ ଏବେଠୁ ଆରମ୍ଭ ହୋଇଗଲାଣି ଆତଙ୍କବାଦୀଙ୍କ ହିଂସାକାଣ୍ଡ । ବିହାରର ଜଣେ ଯୁବକଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଆତଙ୍କବାଦୀ । ଏଭଳି ଘଟଣା ସାମ୍ନାକୁ ଆସିଛି ଜାମ୍ମୁ କାଶ୍ମୀରର ଅନନ୍ତନାଗରୁ ।
ସୂଚନା ଅନୁଯାୟୀ,ବୁଧବାର, ବିହାରର ଜଣେ ଶ୍ରମିକଙ୍କୁ ଆତଙ୍କବାଦୀମାନେ ଗୁଳିମାରି ହତ୍ୟା କରିଥିଲେ । ଆତଙ୍କବାଦୀମାନେ ଅତି ନିକଟରୁ ଯୁବକଙ୍କୁ ଗୁଳିକରିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ଆତଙ୍କବାଦୀମାନେ ଗୁଳିକରି ଫେରାର ହେବାପରେ ମୃତ ଯୁବକଙ୍କୁ ଡାକ୍ତରଖାନା ନିଆଯାଇଥିଲେ ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ଗତ ୧୦ ଦିନ ମଧ୍ୟରେ ଏହା ଆତଙ୍କବାଦୀଙ୍କ ଦ୍ଵିତୀୟ ଟାର୍ଗେଟ କିଲିଂ । ତେଣୁ ସେଠାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ଘଟଣାର କାରଣ ସ୍ପଷ୍ଟ ହେବ ପାଇଁ ପୋଲିସ ତଦନ୍ତ ଜାରି ରଖିଛି ।