ଭାରତ, ଚୀନ ବିକାଶଶୀଳ ଦେଶ ନୁହଁନ୍ତି, WTOରୁ ଲାଭ ଉଠାଇବାକୁ ଦେବୁ ନାହିଁ: ଟ୍ରମ୍ପ
Khabar Odisha:National-news-India-China-No-More-Developing-Countries-Will-Not-Allow-Trump-To-Benefit-From-Wto
ନୂଆଦିଲ୍ଲୀ, ଅଗଷ୍ଟ ୧୪ (ଖବର ଓଡିଶା) :

ଆମେରିକର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଭାରତ ଏବଂ ଚୀନ ଏବେ ବିକାଶଶୀଳ ଦେଶ ନୁହଁନ୍ତି  କିନ୍ତୁ ସେମାନେ ବିଶ୍ୱ ବ୍ୟବସାୟ ସଂଗଠନ(WTO)ରୁ ମିଳୁଥିବା ଲାଭକୁ ଉଠାଉଛନ୍ତି । ଟ୍ରମ୍ପ ଦାବି କରି କହିଛନ୍ତି ଯେ ସେ ଏବେ ଏହାକୁ ଆଗକୁ ହେବାକୁ ଦେବେନି । “ଆମେରିକା ଫାଷ୍ଟ” ନୀତିକୁ ଗୁରୁତ୍ୱ ଦେଉଥିବା ଟ୍ରମ୍ପ ଆମେରିକାର ଉତ୍ପାଦ ଉପରେ ଅଧିକ ଶୁଳ୍କ ଲାଗୁ କରିବା ନେଇ ଅନେକଥର ଭାରତକୁ ସମାଲୋଚନା କରିଛନ୍ତି ଏବଂ ଏହାସହ ସେ ଦକ୍ଷିଣ ଏୟିଆ ଦେଶ ଗୁଡିକୁ ଅଧିକ ଶୁଳ୍କ ଲାଗୁ କରୁଥିବା ଦେଶ ବୋଲି କହିଛନ୍ତି ।

ଆମେରିକା ଏବଂ ଚୀନ ମଧ୍ୟରେ ଏକ ପ୍ରକାର ବ୍ୟବସାୟୀକ ଯୁଦ୍ଧ ଲାଗି ରହିଛି । ଚୀନ ଉତ୍ପାଦ ଉପରେ ଦଣ୍ଡାତ୍ମକ ଭାବେ ଟ୍ରମ୍ପ ଶୁଳ୍ପ ବଢାଇବା ପରେ ଚୀନ ମଧ୍ୟ ଏହାର ବିରୋଧ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ଏହା ପୂର୍ବରୁ ଜୁଲାଇ ମାସରେ ଟ୍ରମ୍ପ WTOକୁ ବିକାଶଶୀଳ ଦେଶର ମାନ୍ୟତା ମିଳିଥିବା ଦେଶ ଗୁଡିକର ତାଲିକା ମାଗିଥିଲେ । ଟ୍ରମ୍ପଙ୍କ ଏହି ପଦକ୍ଷେପ ଉଦ୍ଦେଶ୍ୟ ଚୀନ, ତୁର୍କୀ, ଏବଂ ଭାରତ ପରି ଦେଶ ଗୁଡିକୁ ଏହି ବ୍ୟବସ୍ଥାରୁ ଅଲଗା କରିବା ଯେଉଁମାନଙ୍କୁ ବିଶ୍ୱ ବ୍ୟବସାୟ ନିୟମରେ କୋହଳତା ମିଳିଥାଏ । 

ଟ୍ରମ୍ପ ଆମେରିକାର ବ୍ୟବସାୟୀକ ପ୍ରନିଧିମାନଙ୍କୁ ଅଧିକାର ଦେଇ କହିଛନ୍ତି ଯେ ଯଦି କୌଣସି ବିକଶୀତ ଅର୍ଥବ୍ୟବସ୍ଥା WTOର ଭୁଲ ଗୁଡିକ ଲାଭ ଉଠାଉଛି, ସେମାନଙ୍କ ବିରୋଧରେ ଦଣ୍ଡାତ୍ମକ କାର୍ଯ୍ୟାନୁଷ୍ଠାନ କରିବେ । ମଙ୍ଗଳବାର ଦିନ ଏକ ସଭାକୁ ସମ୍ୱୋଧିତ କରି ଟ୍ରମ୍ପ କହିଥିଲେ ଯେ ଏସିଆର ଦୁଇଟି ବଡ ଅର୍ଥବ୍ୟବସ୍ଥା, ଭାରତ ଏବଂ ଚୀନ ବର୍ତ୍ତମାନ ବିକାସଶୀଳ ଦେଶ ହୋଇ ରହି ନାହାନ୍ତି ଏବଂ ସେମାନେ WTOରୁ ଲାଭ ନେଇ ପାରିବେନି । WTO ପକ୍ଷରୁ ଦୁଇ ଦେଶକୁ ବିକାସଶୀଳ ରାଷ୍ଟ୍ରର ମାନ୍ୟତା ମିଳିଥିବାରୁ ସେମାନେ ଏହାର ଲଭା ଉଠାଉଛନ୍ତି ଯାହା ଆମେରିକାରୁ କ୍ଷତି ପହଞ୍ଚାଉଛ ।   

Subscribe

National International State Sports Entertainment