ମଦ ବିକ୍ରିକୁ ବନ୍ଦ କରିବା ଉଦ୍ଧେଶ୍ୟରେ ଗ୍ରାମାଞ୍ଚଳର ମହିଳା ମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଗ୍ରାମାଞ୍ଚଳରେ ବହୁଳ ମାତ୍ରାରେ ବେଆଇନ ମଦ ବିକ୍ରି ହେଉଥିବାରୁ ପ୍ରଗତିଶୀଳ ମହିଳା ମଂଚ ବରାଙ୍ଗ କମିଟି ପକ୍ଷରୁ ବହୁ ମହିଳା ଆଜି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ତେବେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲାରେ। ମହିଳା ମାନେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଇ ତାଙ୍କୁ ଏକ ଦାବି ପତ୍ର ଦେଇଛନ୍ତି । ଗ୍ରାମରେ ବିଭିନ୍ନ ପ୍ରକାରର ଦେଶୀ ମଦ, ବିଦେଶୀ ମଦ, ଗଞ୍ଜେଇ, ବ୍ରାଉନସୁଗର ବିକ୍ରୀ ହେଉଛି ଫଳରେ ଗାଁରେ ନାବଳକ ଠାରୁ ଆରମ୍ଭ କରି ବୟଷ୍କ ଲୋକ ପର୍ଯ୍ୟନ୍ତ ସମସ୍ତେ ଏହି ନିଷାକୁ ସେବନ କରୁଛନ୍ତି । ଗ୍ରାମର ପାନ ଦୋକାନ, ଅଙ୍ଗନୱାଡି କେନ୍ଦ୍ର ପାଲଟିଛି ବେଆଇନ ମଦର ପେଣ୍ଠସ୍ଥଳୀ । ଏହି ନିଶା କାରାବାର ସମ୍ପର୍କରେ ମହିଳା ମାନେ ପ୍ରତିବାଦ କରିବାରୁ ନିଶା ବେପାରୀ ଓ ମଦ ମାଫିଆ ମାନେ ସେମାନଙ୍କୁ ଜୀବନରୁ ମାରିଦେବାର ଧମକ ଦେଉଛନ୍ତି । ଯଥାଶୀଘ୍ର ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ ନିଆଗଲେ ମହିଳା ମାନେ ବାଧ୍ୟହୋଇ ରାଜ ରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।
ଅଧିକା ପଢନ୍ତୁ: ବିପୁଳ ପରିମାଣର ଦେଶୀ ମଦ ଜବତ