ଗତ ଶୁକ୍ରବାର ରୁଷର ମସ୍କୋରେ ହୋଇଥିବା ଆତଙ୍କବାଦୀଙ୍କ ଭୟାନକ ଆକ୍ରମଣ ପରେ ଏବେ ୟୁକ୍ରେନର ରାଜଧାନୀ କିଭ୍ ଉପରେ ଆକ୍ରମଣ ତୀବ୍ର କରିଛି ରୁଷ୍। ଗତ ରବିବାର ଠାରୁ କିଭ୍ ରେ ବହୁ ସଂଖ୍ୟାରେ କ୍ଷେପଣାସ୍ତ୍ର ମାଡ଼ କରାଯାଇଥିବା ସୂଚନା ମିଳିଛି।
ଅପରପକ୍ଷରେ ୟୁକ୍ରେନ୍ ମଧ୍ୟ ଦାବି କରିଛି ଯେ, କ୍ରିମିଆ ନିକଟରେ ଥିବା କୃଷ୍ଣ ସାଗରରେ ରୁଷ୍ର ଦୁଇଟି ଅବତରଣ ଜାହାଜକୁ ନଷ୍ଟ କରିଛି ୟୁକ୍ରେନ। 'ରୁଷ୍ର ୟାମଲ ଏବଂ ଆଜୋଭ ଜାହାଜକୁ ଆମେ ନଷ୍ଟ କରିଦେଇଛୁ' ବୋଲି ୟୁକ୍ରେନ୍ର ଜଣେ ବରିଷ୍ଠ କମାଣ୍ଡର ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ ଯେ, ରବିବାର ସକାଳେ ରୁଷ୍, ୟୁକ୍ରେନର ରାଜଧାନୀ କିଭ୍ ଏବଂ ଲଭିଭ୍ ଅଞ୍ଚଳରେ ବହୁ ସଂଖ୍ୟାରେ କ୍ଷେପଣାସ୍ତ୍ର ଓ ଡ୍ରୋନ୍ ଆକ୍ରମଣ କରିଥିଲା। ସେଥିମଧ୍ୟରୁ ୧୮ଟି ରୁଷୀୟ କ୍ଷେପଣାସ୍ତ୍ର ଏବଂ ୨୫ଟି ଡ୍ରୋନ୍କୁ ଖସାଇ ଦିଆଯାଇଛି ବୋଲି ୟୁକ୍ରେନ୍ ଦାବି କରିଛି। ପ୍ରାୟ ୨୦ଟି ରୁଷୀୟ କ୍ଷେପଣାସ୍ତ୍ର ଏବଂ ୭ଟି ଡ୍ରୋନ୍ ଲଭିଭ୍ର ପଶ୍ଚିମ ଅଞ୍ଚଳରେ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମିକୁ ଟାର୍ଗେଟ କରିଥିଲା। ଏହା ସତ୍ତ୍ବେ ସେହି ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟିଥିବା ଜଣାପଡ଼ିଛି।
ଅଧିକ ପଢନ୍ତୁ: ଶ୍ରୀମନ୍ଦିରରେ ମେଣ୍ଢାପୋଡ଼ି ନୀତି ଅନୁଷ୍ଠିତ