କାନାଡାରେ ଭୟଙ୍କର ସଡକ ଦୁର୍ଘଟଣା । ଦୁର୍ଘଟଣାରେ ଚାଲିଗଲା ୪ ଜଣ ଭାରତୀୟଙ୍କ ଜୀବନ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହକୁ ଜବତ କରିବା ସହିତ ଘଟଣାର ତଦନ୍ତ କରିଥିଲା । ସୂଚନା ଅନୁସାରେ, ଗୋଟେ କାରରେ ଚାଳକ ସମେତ ୫ ଜଣ କାନାଡ଼ାର ନିସାନ ସେଣ୍ଟ୍ରାରେ ଯାଉଥିବା ସମୟରେ ଦୁର୍ଘଟଣାର ସାମ୍ନା କରିଥିଲେ । ଦୁର୍ଘଟଣାରେ ଗୋଟେ ଶିଶୁ ସମେତ ୨ ଜଣ ବୃଦ୍ଧ ଦମ୍ପତି ଓ ଚାଳକଙ୍କର ମୃତ୍ୟୁ ହୋଇଯାଇଥିଲା । ଶିଶୁର ବାପାମାଆଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଖବର ପାଇ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହକୁ ଜବତ କରିବା ସହିତ ଘଟଣାର ତଦନ୍ତ କରିଥିଲା । ମୃତକ ୪ ଜଣ ଭାରତୀୟ ବୋଲି ପୋଲିସ ତଦନ୍ତରୁ ଜଣାପଡିଛି ।