୧୭ଜଣ ରୋଗୀଙ୍କ ଜୀବନ ନେଇଥିବା ନର୍ସକୁ ୭୬୦ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ। ଆମେରିକାର ପେନସିଲଭାନିଆରେ ଏକ ହସ୍ପିଟାଲରେ କାମ କରୁଥିବା ଜଣେ ନର୍ସ ଗତ ୩ ବର୍ଷ ଧରି ରୋଗୀଙ୍କୁ ଇନ୍ସୁଲିନର ଘାତକ ଡୋଜ ଦେଇଥିବାର ପ୍ରମାଣ ମିଳିଥିବାରୁ ତାଙ୍କୁ ଏହି ଦଣ୍ଡ ଦିଆଯାଇଛି। ତେବେ ଏଭଳି ଜଘନ୍ୟ କାଣ୍ଡ ଘଟାଇଥିବା ନର୍ସ ହେଉଛନ୍ତି ୪୧ବର୍ଷୀୟା ହିଦର ପ୍ରେସଡି।
ସୂଚନା ମୁତାବକ, ୪୧ବର୍ଷୀୟା ପ୍ରେସଡି ୨୦୨୦ରୁ ୨୦୨୩ ମଧ୍ୟରେ ୨୨ଜଣ ରୋଗୀଙ୍କୁ ମାତ୍ରାଧିକ ଇନ୍ସୁଲିନ ଦେଇଥିଲେ।ଫଳରେ ସେହି ୨୨ ଜଣଙ୍କ ମଧ୍ୟରୁ ୧୭ଜଣଙ୍କ ଜୀବନ ଚାଲି ଯାଇଥିଲା। ତେବେ ମୃତକଙ୍କ ବୟସ ୪୩ରୁ ୧୦୪ ବର୍ଷ ମଧ୍ୟରେ ଥିଲା। ମାତ୍ରାଧିକ ଇନ୍ସୁଲିନ ଦେବା ଫଳରେ ରୋଗୀଙ୍କୁ ହୃଦ୍ଘାତ ହୋଇଥିଲା। ଏହାପରେ ତାଙ୍କ ବିରୋଧରେ କେଶ କରିଥିଲା ମୃତ ରୋଗୀଙ୍କ ପରିବାର ଲୋକେ। ଏହାପରେ ଏହି ମାମଲାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ବେଳେ ନର୍ସ ପ୍ରେସଡି ୩ ବର୍ଷ ଧରି ରୋଗୀଙ୍କୁ ଇନ୍ସୁଲିନର ଘାତକ ଡୋଜ ଦେଇଥିବାର ପ୍ରମାଣ ମିଳିଥିଲା। ଏହାପରେ ତାଙ୍କୁ ଗିରଫ କରାଯାଇଥିଲା ସେଠାରେ ସେ ନିଜ ଦୋଷ ସ୍ୱୀକାର କରିଥିଲେ। ଏହାପରେ କୋର୍ଟ ସମସ୍ତ ପ୍ରମାଣକୁ ଆଧାର କରି ତାଙ୍କୁ ୭୬୦ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି।