ଇସ୍ରାଏଲ ସେନା ସିରିଆରେ ଭୟଙ୍କର ଏୟାର ଷ୍ଟ୍ରାଇକ୍ କରିଛି । ଶୁକ୍ରବାର ସକାଳେ ଉତ୍ତର ସିରିଆର ଆଲେପ୍ପୋ ସହର ନିକଟରେ ଇସ୍ରାଏଲ କରିଥିଲା ଏୟାର ଷ୍ଟ୍ରାଇକ୍ । ଏହି ଏୟାର ଷ୍ଟ୍ରାଇକ୍ ରେ ୩୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୫ ହିଜବୁଲ୍ଲା ଆତଙ୍କବାଦୀ ଥିବା ସୂଚନା ମିଳିଛି । ଏୟାର ଷ୍ଟ୍ରାଇକ୍ ରେ ଅନେକ କ୍ଷୟକ୍ଷତି ହୋଇଛି । ଆଲେପ୍ପୋ ଓ ଏହାର ଉପାନ୍ତ ଅଞ୍ଚଳରେ ଥିବା ବେସାମରିକ ଟାର୍ଗେଟ ଉପରେ ଇସ୍ରାଏଲର ଆକ୍ରମଣ ଏବଂ ସିରିଆ ବିଦ୍ରୋହୀ ଗୋଷ୍ଠୀଙ୍କ ଉପରେ ଡ୍ରୋନ୍ ଆକ୍ରମଣ ହୋଇଛି ।
ସିରିଆନ୍ ଅବଜର୍ଭେଟରୀ ଫର୍ ହ୍ୟୁମାନ ରାଇଟ୍ସ କହିଛି ଯେ ଆଲେପ୍ପୋର ଅନ୍ତର୍ଜାତୀୟ ବିମାନବନ୍ଦର ନିକଟରେ ଏହି ଏୟାରଷ୍ଟ୍ରାଇକ୍ କରାଯାଇଥିଲା । ଆଲେପ୍ପୋର ଦକ୍ଷିଣ ଉପନଗର ଜିବରିନରେ ଥିବା ଲେବନାନ ଆତଙ୍କବାଦୀ ହିଜବୁଲ୍ଲା ଗୋଷ୍ଠୀର ଏକ କ୍ଷେପଣାସ୍ତ୍ର ଡିପୋକୁ ଟାର୍ଗେଟ୍ କରି ଇସ୍ରାଏଲ ଏହି ଆକ୍ରମଣ କରିଥିଲା । ଏହି ଆକ୍ରମଣରେ ଅନେକ ସୈନିକ ପ୍ରାଣ ହରାଇବା ସହିତ ଆହତ ହୋଇଛନ୍ତି । ତେବେ ଏହି ଆକ୍ରମଣ ସମ୍ପର୍କରେ ଇସ୍ରାଏଲ ଅଧିକାରୀଙ୍କ ପକ୍ଷରୁ କୌଣସି ବୟାନ ଦିଆଯାଇନାହିଁ ।
ଅଧିକ ପଢ଼ନ୍ତୁ : ହାତୀ ପଲଙ୍କ ଉପଦ୍ରବ