ଦିଲ୍ଲୀର ରୋହିଣୀ ଅଞ୍ଚଳରେ ଘଟିଛି ଭୟଙ୍କର ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡ ପ୍ରଭାବରେ ହୁତୁହୁତୁ ହୋଇ ଜଳିଗଲା ଦୁଇ ମହଲା କୋଠା । ଶନିବାର ସକାଳେ ଦିଲ୍ଲୀର ରୋହିଣୀ ଅଞ୍ଚଳରେ ଦୁଇ ମହଲା କୋଠାରେ ଅଗ୍ନିକାଣ୍ଡ ଘଟିଛି ବୋଲି ସୂଚନା ମିଳିଛି । ନିଆଁ ପ୍ରଥମେ ଉପର ମହଲାରେ ଲାଗିଥିଲା ପରେ ସମ୍ପୂର୍ଣ୍ଣ କୋଠାକୁ ବ୍ୟାପି ଯାଇଥିଲା ।
ସ୍ଥାନୀୟ ଲୋକ, ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଖବର ପାଇ, ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହିତ ୨ ଜଣଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରିଥିଲେ । ନିଆଁର ପ୍ରଭାବରେ ସମ୍ପୂର୍ଣ୍ଣ କୋଠା ଜଳି ବହୁ କ୍ଷୟକ୍ଷତି ହୋଇଛି । କିନ୍ତୁ ସମସ୍ତେ ସୁରକ୍ଷିତ ଥିବା ସୂଚନା ମିଳିଛି । ନିଆଁ ସର୍ଟ ସର୍କିଟରୁ ଲାଗିଛି ବୋଲି ସୂଚନା ମିଳିଛି ।
ଆଗକୁ ପଢ଼ନ୍ତୁ : ଜଳୁଛି ନୈନିତାଲ ଜଙ୍ଗଲ