ଇଲେକ୍ଟ୍ରି ରିକ୍ସା ଗାଡ଼ିର ବ୍ୟାଟେରୀ ଫାଟିବାରୁ ଆଖି ପିଛୁଳାକେ ଜାତୀୟ ରାଜପଥ ଉପରେ ୫ ଗାଡ଼ି ଜଳି ଯାଇଛି। ତେବେ ଏହି ବିସ୍ଫୋରଣରେ ଇଲେକ୍ଟ୍ରିରିକ୍ସା ଗାଡ଼ିର ଚାଳକ ଗୁରୁତର ହୋଇଛନ୍ତି। ତେବେ ଏଭଳି ଅଭାବନୀୟ ଦୃଶ୍ୟ ପଶ୍ଚିମବଙ୍ଗର ନଦିଆରେ ନିକଟରେ ଦେଖିବାକୁ ମିଳିଛି। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କରିଛନ୍ତି।
ସୂଚନା ଅନୁସାରେ, ପଶ୍ଚିମବଙ୍ଗର ନଦିଆ ଛକ ଦେଇଯାଉଥିବା ଏକ ଇଲେକ୍ଟ୍ରି ରିକ୍ସା ଗାଡ଼ିରେ ହଠାତ୍ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ଏତେ ଜୋର ହୋଇଥିଲା ଯେ ଆଖି ପିଛୁଳାକେ ରାସ୍ତାରେ ଥିବା ୫ଟି ଗାଡ଼ିରେ ନିଆଁ ଲାଗି ଯାଇଥିଲା। ଫଳରେ ଗାଡ଼ିରେ ଥିବା ଡ୍ରାଇଭର ବାହାରି ନ ପାରିବାରୁ ଗୁରୁତର ଆହତ ହୋଇଥିଲେ। ତେବେ ଡ୍ରାଇଭରଙ୍କ ଶରୀର ବହୁ ମାତ୍ରାରେ ପୋଡ଼ି ଯାଇଛି। ତେଣୁ ଗୁରୁତର ଭାବେ ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରି ଶାନ୍ତିପୁର ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଗାଡ଼ିରେ ଲାଗିଥିବା ନିଆଁକୁ ଆୟତ୍ତ କରିଛି। ଖବରପାଇ ଶାନ୍ତିପୁର ପୋଲିସ ଘଟଣାସ୍ଥଳରେ ପହଂଚି ଘଟଣାର ତଦନ୍ତ କରୁଛି ।