ସମ୍ବଲପୁର ଜିଲ୍ଲା ଯୁଯୋମୁରା ବ୍ଳକର ଖଲିଆପାଲି ଠାରେ ଥିବା ଶନି ମନ୍ଦିରରେ ପବିତ୍ର ବୈଶାଖ ଅମାବାସ୍ୟା ତିଥିରେ ପ୍ରଭୁ ଶନି ମହାରାଜଙ୍କ ଜନ୍ମଦିନ ପାଳିତ ହୋଇଯାଇଛି। ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଶ ଧୂମଧାମରେ ପାଳିତ ହୋଇଛି ଶନି ଜୟନ୍ତୀ । ଶନି ମହାରାଜଙ୍କ ଜନ୍ମଦିନ ପାଳନ ଅବସରରେ ବୁଧବାର ସକାଳୁ ଶନି ମହାରାଜଙ୍କ ତୈଳ ଅଭିଷେକ ତଥା ସ୍ନାନ ସରିବା ପରେ ଷୋଡ଼ଶ ଉପଚାର ପୂଜା, ପଞ୍ଚୋପଚାର ପୂଜା,ହୋମ , ଆଳତୀ ହୋଇଥିଲା। ମୁଖ୍ୟ ପୂଜକ ଶ୍ରୀ ଅଭୟ ନାୟକଙ୍କ ପୌରହିତ୍ୟ ରେ କର୍ତ୍ତା ଭାବେ ସପତ୍ନୀକ ଶ୍ରୀ ବିଶ୍ବରଂଜନ ବଡ଼ପଣ୍ଡା ଓ କଲ୍ୟାଣୀ ବଡ଼ପଣ୍ଡା ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଖଲିଆପାଲି, ପଡ଼ିଆବାହାଲ, ତୁରାଙ୍ଗ, ବାହାମ, ପଧାନପାଲି, ବାରିବନ୍ଧ ପ୍ରଭୃତି ଗ୍ରାମରୁ ଭକ୍ତ ଆସି ପ୍ରଭୁଙ୍କ ଆଶୀର୍ବାଦ ଗ୍ରହଣ କରିବା ସହ ଅନ୍ନ ପ୍ରସାଦ ଗ୍ରହଣ କରିଥିଲେ। ଏଥିରେ ଦିନେଶ ବଡ଼ପଣ୍ଡା,ଫକୀର ବଡ଼ପଣ୍ଡା,ମିଥୁନ ମହାପାତ୍ର,ବରୁଣ କୁମାର ସାହୁ,ସଚ୍ଚିଦାନନ୍ଦ ନାୟକ,ପ୍ରକାଶ ସୂପକାର, କରିଣା ନାୟକ,ଚିତ୍ତରଞ୍ଜନ ନାୟକ,ଅମୂଲ୍ୟ ପୂଜାରୀ,ତନ୍ମୟ ବାଗ, ଅଂଶୁ ପୂଜାରୀ,ବର୍ଷା ବଡ଼ପଣ୍ଡା,ଅଙ୍କିତା ପୂଜାରୀ, କରନ ନାୟକ,ମିକି ପଣ୍ଡା ପ୍ରମୁଖ ସାହାଯ୍ୟ କରିଥିଲେ।
ଅଧିକ ପଢନ୍ତୁ : ଗାଁରେ ବୁଲୁଛି ଭାଲୁ