ଇଭିଏମ୍ ଟାମ୍ପରିଂ ପାଇଁ ଟଙ୍କା ମାଗି ଯବାନ ଗିରଫ । ଇଭିଏମ୍ ଟାମ୍ପରିଂ କରିବା ପାଇଁ ଟଙ୍କା ମାଗୁଥିଲେ ଯବାନ । ଏହାର ଅଭିଯୋଗ ହେବାରୁ ଯବାନଙ୍କୁ ଗିରଫ କରିଛି ପୋଲିସ । ନିର୍ବାଚନ ପାଇଁ ସମସ୍ତ ବୁଥରେ କଡାକଡି ଭାବେ ସୁରକ୍ଷା ଦିଆଯାଉଛି । ଏହାରି ଭିତରେ ଜଣେ ଯବାନ ଇଭିଏମ୍ରେ ଟାମ୍ପରିଂ କରିବା ପାଇଁ ୨.୫ କୋଟି ଟଙ୍କା ମାଗିଥିଲେ। ବିରୋଧୀଦଳ ନେତା ଏହାର ଅଭିଯୋଗ ଆଣିଥିଲେ । ଯାହାକୁ ଆଧାର କରି ଯବାନଙ୍କୁ ଗିରଫ କରାଯାଇଛି । ଏଭଳି ଘଟଣା ସାମ୍ନାକୁ ଆସିଛି ମହାରାଷ୍ଟ୍ରରୁ ।
ସୂଚନା ଅନୁଯାୟୀ,ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜିନଗରରେ ମଙ୍ଗଳବାର ଅପରାହ୍ନ ପ୍ରାୟ ୪ଟା ସମୟରେ ଅଭିଯୁକ୍ତ ଯବାନ ଜଣକ ଇଭିଏମ୍ରେ ଟାମ୍ପରିଂ କରିବା ପାଇଁ ଜଣଙ୍କୁ ୨.୫ କୋଟି ଟଙ୍କା ମାଗିଥିଲେ ଏବଂ ବୁଝାମଣା ପରେ ୧.୫ କୋଟି ଟଙ୍କା ଫାଇନାଲ ହୋଇଥିଲା । ଏହାର ଖବର ବିରୋଧୀ ଦଳ ଜାଣିବା ପରେ ପୋଲିସ ନିକଟରେ ଲିଖିତ ଅଭିଯୋଗ । ଅଭିଯୋଗ ମୁତାବକ ପୋଲିସ ଘଟଣାର ସତ୍ୟତା ଜାଣିବା ପାଇଁ ପୋଲିସ ଛଦ୍ମଵେଷରେ ଘଟଣା ସ୍ଥଳରେ ପହଞ୍ଚିଥିଲା । ଯବାନ ଜଣକ ଜଣେ ବ୍ୟକ୍ତିଙ୍କ ଠାରୁ ଟଙ୍କା ନେଉଥିବା ସମୟରେ ପୋଲିସ ପୋଲିସ ଅଭିଯୁକ୍ତଙ୍କୁ ଧରିଥିଲା ।
ଅଧିକ ପଢନ୍ତୁ :କୌଣସି ଭ୍ରମାତ୍ମକ ବିଜ୍ଞାପନ ପାଇଁ ସେଲିବ୍ରିଟି ଦାୟୀ...