ଦୁଇ ଝିଅ ଜନ୍ମ ହେବାରୁ ବୋହୂକୁ ନିର୍ଯ୍ୟାତନା । ବର୍ତ୍ତମାନ ସମୟରେ ଝିଅ ମନେ ସବୁ କ୍ଷେତ୍ରରେ ଉନ୍ନତି କରୁଛନ୍ତି । କିନ୍ତୁ ଏବେ ବି କିଛି ଲୋକ ଝିଅ ଜନ୍ମକୁ ବିରୋଧ କରୁଛନ୍ତି । ଗୋଟିଏ ଝିଅ ପରେ ଆଉ ଗୋଟେ ଝିଅ ଜନ୍ମ ହେବାରୁ ଶାଶୁ,ନଣନ୍ଦ ମିଶି ବୋହୁକୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଇଛନ୍ତି । ଏଭଳି ଘଟଣା ସାମ୍ନାକୁ ଆସିଛି ଜଗତସିଂହପୁର ଜିଲ୍ଲାରୁ ।
ସୂଚନା ଅନୁଯାୟୀ,ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ବଡ଼ଙ୍ଗ ଗ୍ରାମରେ ଶ୍ରୀମତୀ ମଧୁସ୍ମିତା ସ୍ୱାଇଁଙ୍କର ପ୍ରଥମେ ଗୋଟିଏ ଝିଅ ଜନ୍ମ ହୋଇଥିଲା । ପରେ ପୁଣିଥରେ ଆଉଗୋଟିଏ ଝିଅ ଜନ୍ମ ହେବାରୁ ଏହାକୁ ବିରୋଧ କରିଥିଲେ ଶାଶୁ ଓ ନଣନ୍ଦ । ଏପରିକି ଶାଶୁ ଓ ନଣନ୍ଦ ମାନେ ମିଶି ବୋହୁକୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବାର ନଜର ଆସିଛି।
ମଧୁସ୍ମିତା ସ୍ୱାଇଁଙ୍କର ସ୍ୱାମୀ ଡିଉଟିକୁ ଯିବାପରେ ବୋହୁ ମଧୁସ୍ମିତା ଓ ତାଙ୍କ ଦୁଇ ଝିଅକୁ ଏକ ଘରେ ତାଲାପକାଇ ଏକ ଦାଆ ସାହାଯ୍ୟରେ ମାରିବାକୁ ଯୋଜନା ପ୍ରସ୍ତୁତି କରୁଥିଲେ ଶାଶୁ ଓ ନଣନ୍ଦ । ଏହାର ଖବର କେହି ପୋଲିସକୁ ଜଣାଇଥିଲେ । ଖବର ପୋଲିସ ସେଠାରେ ପହଞ୍ଚିବା ପୂର୍ବରୁ ତାଲା ଖୋଲି ମାଝିଅ ତିନିଜଣ ବାହାରକୁ ପଳେଇ ଆସି ଥିଲେ । ମଧୁସ୍ମିତା ସ୍ୱାଇଁଙ୍କୁ ନିର୍ଯ୍ୟାତନା ଅଭିଯୋଗରେ ତାଙ୍କ ବାପ ଭାଇ ମାମୁ ମାନଙ୍କ ସହଯୋଗରେ କୁଜଙ୍ଗ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ କ୍ରମେ ପୋଲିସ ତଦନ୍ତ ଆରମ୍ଭ କରିଛି । ଏଥିସହ ମଧୁସ୍ମିତା ସ୍ୱାଇଁ ଓ ତାଙ୍କ ଦୁଇ ଝିଅଙ୍କୁ ଉଚିତ ନ୍ୟାୟ ଦେବାପାଇଁ ସେ ଦାବି କରିଛନ୍ତି ।
ଅଧିକ ପଢନ୍ତୁ :ଆଜି ମନୋଜ ଦାସଙ୍କ ଶ୍ରାଦ୍ଧବାର୍ଷିକୀ