ପ୍ରଶାନ୍ତ ନନ୍ଦଙ୍କ ୭୭ ତମ ଜନ୍ମ ଦିବସ ବାଙ୍ଗାଲୋର ଓଡ଼ିଆ ସାହିତ୍ୟ ସମାଜ ଓ ଲୋକକଳା ସୁହୃଦ ପରିବାର ଅଭାସୀ ମଞ୍ଚରେ ପାଳନ କରାଯାଇଛି । ରାଜନୀତିରୁ ଅବ୍ୟାହତି ନେବାପରେ ସିନେମା ଓ ଲେଖନୀ ଜଗତକୁ ଫେରି ଆସିଥିବା ଡ଼ଃ ପ୍ରଶାନ୍ତ ନନ୍ଦ ଶେଷ ପର୍ଯ୍ୟନ୍ତ ନିଜ ଜୀବନକୁ କଳା ଓ ସାହିତ୍ୟ ପାଇଁ ଉତ୍ସର୍ଗ କରି ଦେଇଛନ୍ତି। ବାଙ୍ଗାଲୋର ଓଡ଼ିଆ ସାହିତ୍ୟ ସମାଜର ସଭାପତି ଶ୍ରୀ ତାପସ ରାଜ୍ ମହାରଣା ତଥା ଓମ ମହାପାତ୍ରଙ୍କ ସଞ୍ଚାଳନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆମେରିକା, ଲଣ୍ଡନ, ଦୁବାଇ , ନାଇଜେରିଆ ସହିତ ଅନେକ ଦେଶରୁ ଡ଼ଃ ପ୍ରଶାନ୍ତ ନନ୍ଦଙ୍କ ବିମୁଗ୍ଧ ଦର୍ଶକ ପ୍ରଶଂସକ ଯୋଗ ଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ପ୍ରଯୋଜକ ଅକ୍ଷୟ ପରିଜା, ଅଭିନେତା ପ୍ରଯୋଜକ ମନୋଜ ପଣ୍ଡା, ଶିଳାଲେଖ ବିଶେଷଜ୍ଞ ଡ଼ଃ ଦେବାଶିଷ ମହାପାତ୍ର, ଦିଲ୍ଲୀ ବିଶ୍ଵବିଦ୍ୟାଳୟରୁ ଶ୍ରୀମତୀ ସୁବାସିନୀ ବାରିକ, ଅଭିନେତା ପପୁ ପମପମ୍ , ଅଭିନେତ୍ରୀ ସ୍ନିଗ୍ଧା ମହାନ୍ତି, ନାଟ୍ୟ ନିର୍ଦ୍ଧେଶକ ରାଜୁ ପାଢ଼ୀ, ଦୁଵିଇରୁ ଅମିୟ ମିଶ୍ର, କଣ୍ଠଶିଳ୍ପୀ ସୁସ୍ମିତା ଦାଶ, ସଙ୍ଗୀତ ନିର୍ଦ୍ଧେଶକ ଅସୀମ ପ୍ରଧାନ, ଅଭିନେତା ମଧୁସୂଦନ ମିଶ୍ର , ମୁଖ୍ୟ କଟକ ହେରିଟଜ୍ ୱାକ ଦୀପକ ସାମନ୍ତରାୟ, ଭାସ୍କର୍ଯ୍ୟ ଶିଳ୍ପୀ ରବିନାରାୟଣ ରଥ , ଶ୍ରୀଯୁକ୍ତ ବିଜୟ କୃଷ୍ଣ ନନ୍ଦ, ବାଲୁକା ଶିଳ୍ପୀ ସତ୍ୟ ମହାରଣା, ତଥା ଅନେକ ମାନ୍ୟ ଗଣ୍ୟ ବ୍ୟକ୍ତିବିଶେଷ ତାଙ୍କର ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଭଗବାନଙ୍କ ନିକଟରେ ଗୁହାରି କରିଥିଲେ।