ରାଜ୍ୟରେ ନିର୍ବାଚନ ତାରିଖ ପାଖେଇ ଆସୁଥିବାବେଳେ ପ୍ରଚାର କାର୍ଯ୍ୟକ୍ରମ ଜୋରସୋରରେ ଚାଲିଛି । ବରିଷ୍ଠ ହେବିୱେଟ୍ ନେତା ରାଜ୍ୟରେ ଆସି ପ୍ରଚାର ଆରମ୍ଭ କରୁଛନ୍ତି । ତେବେ ଗତ କିଛି ଦିନ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ମନ୍ତ୍ରୀ ରାଜନାଥ ସିଂହ, ବିଷ୍ଣୁ ଦେଓ ସାଏ ଓ ଅମିତ ଶାହଙ୍କ ଭଳି ବରିଷ୍ଠ ନେତା ଓଡିଶା ଆସିଥିବାବେଳେ ଆଜି ଓଡିଶା ଆସୁଛନ୍ତି କେନ୍ଦ୍ର ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀ । ତେବେ ଓଡିଶାରେ ପହଁଚି ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ ଗଡ଼କରୀ । ପରେ କୃଷ୍ଣପ୍ରସାଦରେ ଓ ପିପିଲିରେ ଜନସଭାକୁ ସମ୍ବୋଧନ କରିବେ । ତେବେ ନୀତୀନ ଗଡ଼କରୀଙ୍କ ସ୍ୱାଗତ ପାଇଁ ପ୍ରସ୍ତୁତି ସାରିଛି ଏବଂ ପୁରୀର ବିଜେପି କର୍ମୀ ମଧ୍ୟ ବେଶ ଉତ୍ସାହିତ ଅଛନ୍ତି । ଦେଶରେ ଷଷ୍ଠ ପର୍ଯ୍ୟାୟରେ ଅର୍ଥାତ ୨୫ ମଇରେ ପୁରୀରେ ନିର୍ବାଚନ ହେବ । ତେଣୁ ପ୍ରଚାର ମୈଦାନରେ ଜୋରଦାର ପ୍ରସ୍ତୁତି ହେବା ସହ ବରିଷ୍ଠ ନେତାଙ୍କ ଉପସ୍ତିତି ସ୍ଥାନୀୟ ନେତାଙ୍କୁ ପ୍ରୋତ୍ସାହିତ କରୁଛି । ତେଣୁ ଆଜି ନୀତୀନ ଗଡ଼କରୀଙ୍କ ପୁରୀ ଗସ୍ତ ପୁରୀ କର୍ମୀଙ୍କ ପାଇଁ ଗୁରୁମନ୍ତ୍ର ହେବା ବୋଲି ଆଶା କରାଯାଉଛି । ଅନ୍ୟପକ୍ଷରେ ବିଜେପିର ନିର୍ବାଚନୀ ମୁଦ୍ଦାରେ ପୁରୀ ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିଲା ପ୍ରସଙ୍ଗ ଥିବାବେଳେ ନୀତୀନ ଗଡ଼କରୀ ଏହି ପ୍ରସଙ୍ଗରେ ନିଜ ଅଭିଭାଷଣ ରଖିପାରନ୍ତି ବୋଲି ଆଶା କରାଯାଉଛି ।
ଅଧିକ ପଢନ୍ତୁ : ବରଗଡରେ ବିଜେପିର ସାମ୍ବାଦିକ ସମ୍ମିଳନୀ