ଆହୁରି ୪ ଦିନ ଜାରି ରହିବ କାଳବୈଶାଖୀର ପ୍ରଭାବ। କାଳବୈଶାଖୀ ଯୋଗୁ ଅନେକ ସ୍ଥାନରେ ତଟୀରୁ ତ୍ରାହି ମିଳିଛି। ସେହିପରି ଭଦ୍ରକ, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି, ରାୟଗଡା ଏବଂ କୋରାପୁଟ ଜିଲାର କିଛି ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ବିଜୁଳି ଘଡଘଡି ସହିତ ବର୍ଷା ପବନ ହୋଇପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। ଏପରିକି କେତେକ ଅଞ୍ଚଳରେ ଘଣ୍ଟାପ୍ରତି ପବନର ବେଗ ୩୦ରୁ ୪୦କି.ମି ଛୁଇଁପାରେ ବୋଲି ପୂର୍ବାନୁମାନ କରାଯାଇଛି।
ସୂଚନା ଅନୁସାରେ, ରାଜ୍ୟରେ ଅନବରତ ବଢ଼ିବାରେ ଲାଗି ରହିଥିଲା ତାତିର ପରିମାଣ। ତେବେ କାଳବୈଶାଖୀର ପ୍ରଭାବରେ କିଛି ଦିନ ହେବ ଅସହ୍ୟ ତାତିରୁ ଲୋକମାନେ ମୁକ୍ତି ପାଇଛନ୍ତି। ତେବେ ଆଜି ଠାରୁ ଆହୁରି ୪ ଦିନ ଅର୍ଥାତ ୧୨ ତାରିଖ ପର୍ଯ୍ୟନ୍ତ କାଳବୈଶାଖୀର ପ୍ରଭାବ ଜାରି ରହିବ ବୋଲି ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଉତ୍ତର, ଦକ୍ଷିଣ ଏବଂ ଉତ୍ତର ଆଭ୍ୟନ୍ତରୀଣରେ ବିଭିନ୍ନ ସ୍ଥାନରେ ବିଜୁଳି , ଘଡଘଡି, ବର୍ଷା ଏବଂ ପ୍ରବଳ ପରିମାଣର ପବନର ବୋହିବାର ସମ୍ଭାବନା ରହିଛି। କେତେକ ଅଞ୍ଚଳରେ ଘଣ୍ଟାପ୍ରତି ପବନର ବେଗ ୩୦ରୁ ୪୦କି.ମି ଛୁଇଁପାରେ ବୋଲି ପୂର୍ବାନୁମାନ କରାଯାଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମୟୂରଭଞ୍ଜ, ଢେଙ୍କାନାଳ, ଯାଜପୁର, ଅନୁଗୋଳ ଏବଂ ବାଲେଶ୍ବରରେ କାଳବୈଶାଖୀ ଅନୁଭୂତ ହୋଇପାରେ। ସେଥିପାଇଁ ଏହି ସମସ୍ତ ଜିଲାଗୁଡିକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।